ପ୍ରବଳ ବର୍ଷା ପାଇଁ ଗତକାଲି ଠାରୁ ସ୍କୁଲରେ ଫସି ରହିଛନ୍ତି ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ୫୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ରାଜସ୍ଥାନ: ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜସ୍ଥାନର ଅନେକ ଅଞ୍ଚଳରେ ଲଗାଣ ବର୍ଷା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ରାଣା ପ୍ରତାପ ଡ୍ୟାମ୍‌ରେ ଅଧିକ ପରିମାଣର ପାଣି ଭରି ଯିବା ହେତୁ ସ୍ଥାନୀୟ ଅଞ୍ଚଳ ରାସ୍ତାରେ ପାଣି ଚାଲୁଛି। ଫଳରେ ଚିତୋଡରଗଡ଼ର ଏକ ସ୍କୁଲରେ ଶନିବାରଠାରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ସମେତ ୫୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଫସି ରହିଛନ୍ତି। ସ୍ଥାନୀୟଲୋକମାନେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସହାୟତା କରିବା ସହିତ ଖାଦ୍ୟପାନୀୟ ବି ଯୋଗାଇ ଦେଉଛନ୍ତି।

 

ସେପଟେ ପ୍ରତାପଗଡ଼ରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଥିବା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏସ୍‌ଡିଆରଏଫ୍‌ ଟିମ୍‌ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ମହିଳା, ଛୋଟ ପିଲା ସମେତ ଅନ୍ୟ ଲୋକଙ୍କୁ ଉଦ୍ଧାର କରୁଛନ୍ତି। ପ୍ରତାପଗଡ଼ ଅଞ୍ଚଳର କିଛି ସ୍ଥାନରେ ଲଗାଣ ବର୍ଷା ହେତୁ ଜାଖମ ଓ ସାହି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯେଉଁଥିପାଇଁ ବନ୍ୟାସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର