ଦୁଇଟି ଇଞ୍ଜିନ୍‌ ଲାଗିବା ପରେ ଏବେ ଅଧିକ ଯାତ୍ରୀଙ୍କୁ ନେଇ କମ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ରାଜଧାନୀ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ଭାରତୀୟ ରେଳ ରାଜଧାନୀ ଏକ୍ସପ୍ରେସ୍‌ରେ ଦୁଇଟି ଇଞ୍ଜିନ ଲଗାଇବା ପରେ ପ୍ରିମିୟମ୍‌ ଟ୍ରେନ୍‌ଗୁଡ଼ିକ ଏବେ ନିଜ ଗନ୍ତବ୍ୟସ୍ଥଳରେ କମ ସମୟ ମଧ୍ୟରେ ପହଞ୍ଚି ପାରିବ । ସାଧାରଣତଃ ଭାବେ ଏହି ଟ୍ରେନ୍‌ଗୁଡ଼ିକ ଗୋଟେ ଇଞ୍ଜିନରେ ଯାତାୟତ କରିଥାଏ । କିନ୍ତୁ ଫେବୃଆରୀ ୧୩ରେ ଦିଲ୍ଲୀ-ମୁମ୍ବାଇ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଦୁଇଟି ଇଞ୍ଜିନ୍‌ ଲଗା ଯାଇ ପରୀକ୍ଷା କରାଯାଇଥିଲା । ଯାହା ସଫଳ ହେବା ସହ ଦିଲ୍ଲୀ-ମୁମ୍ବାଇ ଯିବା ପାଇଁ ଲାଗୁଥିବା ସମୟର ୧୦୬ମିନିଟ୍‌ ପୂର୍ବରୁ ଟ୍ରେନ୍‌ଟି ମୁମ୍ବାଇରେ ଯାଇ ପହଞ୍ଚି ଥିଲା ।

hindustantimes.com

ଏକ୍ସପ୍ରେସର ଆଗରେ ଗୋଟେ ଏବଂ ପଛରେ ଗୋଟେ ଇଞ୍ଜିନ୍‌ ଲାଗିଥିବା ବେଳେ ଏହା ଟ୍ରେନ୍‌ର ଗତିକୁ ବଢ଼ାଇବ ବୋଲି ଜଣା ପଡ଼ିଛି । ଯାହାଦ୍ୱାରା ଯାତ୍ରୀମାନେ କମ ସମୟ ମଧ୍ୟରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ । ଏହାର ପରୀକ୍ଷା ସଫଳ ହେବା ପରେ ଏବେ ସବୁ ରାଜଧାନୀ ଏକ୍ସପ୍ରେସ୍‌ରେ ଏଭଳି ସୁବିଧା କରିବା ପାଇଁ ଆଦେଶ ଦିଆ ଯାଇଛି । ଦୁଇ ଇଞ୍ଜିନ୍‌ ସହ ଟ୍ରେନ୍‌ରେ ଦୁଇଟି ଯାତ୍ରୀବାହୀ ବଗି ମଧ୍ୟ ଲଗାଯିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର