ରାଜୀବ ଗାନ୍ଧୀ ହତ୍ୟା ମାମଲା

ଅଭିଯୁକ୍ତଙ୍କ ମୁକ୍ତି ଦାବିରେ ଡିଏମ୍‌କେ, ଏମ୍‌ଡିଏମ୍‌କେର ଧାରଣା

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଗତ ୧୯୯୧ ମସିହାରୁ ଜେଲ୍‌ଦଣ୍ଡ ଭୋଗୁଥିବା ୭ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାପାଇଁ ଦାବି କରି ଆଜି ଡିଏମ୍‌କେ ଏବଂ ଏମ୍‌ଡିଏମ୍‌କେ କର୍ମୀମାନେ ତାମିଲନାଡ଼ୁ ରାଜଭବନ ବାହାରେ ତୀବ୍ର ପ୍ରତିବାଦ ଜଣାଇଛନ୍ତି। ରାଜ୍ୟପାଳ ବନୱରିଲାଲ୍‌ଙ୍କ ବିରୋଧରେ ଆନ୍ଦୋଳନ କରି ସେମାନେ ରାଜଭବନ ବାହା‌ରେ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ ପାଇଁ ଦାବି କରିଛନ୍ତି। ଗତ ସେପ୍ଟେମ୍ବର ୭ରେ ତାମିଲନାଡ଼ୁ କ୍ୟାବିନେଟ୍‌ ମନ୍ତ୍ରୀମାନେ ୭ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର