ଚଳିତ ସପ୍ତାହରେ ଜେଲରୁ ମୁକୁଳବେ ନଳିନୀ ଶ୍ରୀହରନ, ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି ନଳିନୀ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଚଳିତ ସପ୍ତାହ ଶେଷ ବେଳକୁ ଜେଲରୁ ପ୍ୟାରୋଲରେ ମୁକୁଳିପାରେ । ଗତ ୫ ତାରିଖରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ମାସର ପ୍ୟାରୋଲ ପ୍ରଦାନ କରିଥିଲେ । ନିଜର ପ୍ୟାରୋଲ ସମୟରେ ସେ ଚେନ୍ନାଇର କୋଟ୍ଟୁରପୁରମ କିମ୍ବା ଭେଲୋରର ସେତୁଭାଚାରୀରେ ରହିପାରିବେ ।

ନିଜ ଝିଅ ବାହାଘରର ପ୍ରସ୍ତୁତି କରିବା ପାଇଁ ନଳିନୀ ୬ ମାସ ପ୍ୟାରୋଲ ରେ ବାହାରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ମାଡ୍ରାସ ହାଇକୋର୍ଟ ନଳିନୀଙ୍କୁ ମାତ୍ର ୩୦ ଦିନ ପାରୋଲ୍ ମଂଜୁର କରିଥିଲେ । ମାଡ୍ରାସ ହାଇକୋର୍ଟରେ ଜଷ୍ଟିସ୍ ଏମ୍ଏମ୍ ସୁନ୍ଦ୍ରେଶ ଏବଂ ଜଷ୍ଟିସ୍ ଏମ ନିର୍ମଳ କୁମାରଙ୍କ ଖଣ୍ଡପୀଠ ନଳିନୀଙ୍କ ଆବେଦନର ଶୁଣାଣି କରି ତାଙ୍କୁ ପାରୋଲ୍ ମଂଜୁର କରିଥିଲେ । ନଳିନୀ କୋର୍ଟ ରୁମରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପ୍ୟାରୋଲ ଆବେଦନ ପାଇଁ ନିଜର ପକ୍ଷ ରଖିଥିଲେ । ତେବେ ଝିଅ ବାହାଘର ପ୍ରସ୍ତୁତି କରିବାପାଇଁ ନଳିନୀ ୬ ମାସ ପାରୋଲ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ ଯେ , ଦଣ୍ଡାଦେଶର ନିୟମ ଅନୁଯାୟୀ ଜଣେ କଏଦୀଙ୍କୁ ଅତି ବେଶୀରେ ୩୦ ଦିନ ପାରୋଲ୍ ମିଳିପାରିବ। ତେବେ ନଳିନୀ ଏହି ପାରୋଲ୍ ସମୟରେ କୌଣସି ରାଜନେତାଙ୍କୁ ଭେଟିପାରିବେ ନାହିଁ ଏବଂ ଗଣାମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର