ଧରା ପଡିଲା ବଡ଼ ମାଛ, ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ଅଭିଯୁକ୍ତ ରାଜୀବ ସକ୍ସେନାକୁ ଭାରତ ଅଣାଗଲା

0

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଗଷ୍ଟା   ୱେଷ୍ଟଲାଣ୍ଡ ହେଲିକାପ୍ଟର ମାମଲାରେ ଭାରତ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି । ଏହି ଦୁର୍ନିତିରେ ଏକ ସହ ଅଭିଯୁକ୍ତ ରାଜୀବ ସକ୍ସେନାକୁ ବୁଧବାରଦିନ ୟୁଏଇ ସରକାର ଭାରତକୁ ପ୍ରତ୍ୟାର୍ପଣ କରିଛନ୍ତି । ଆଜି ଦିନ ୧୧ଟାରେ ତାକୁ ଭାରତୀୟ ଅଧିକାରୀମାନଙ୍କ ହାତରେ ୟୁଏଇ ପକ୍ଷରୁ ସମର୍ପଣ କରାଯାଇଥିଲା । ଏହି ମାମଲାରେ ଆଉ ଏକ ଅଭିଯୁକ୍ତ କର୍ପୋରେଟ ଲବିଷ୍ଟ ଦିପକ ତଲଓ୍ଵାରକୁ ମଧ୍ୟ ଆଜି ରାତିରେ ଭାରତ ଆଣାଯିବାର କାର୍ଯ୍ୟକ୍ରମ ରହିଛି । ଖ୍ରୀଷ୍ଟିଆନ ମିସେଲ ର ପ୍ରତ୍ୟାର୍ପଣ ପରେ ଏହାକୁ ଭାରତ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ବହୁ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକାପ୍ଟର କିଣା ବେଳେ ମଧ୍ୟସ୍ଥି ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମାଇକେଲକୁ ଗତ  ଡିସେମ୍ବର ମାସରେ  ଭାରତ ଅଣାଯାଇଥିଲା । ଦୁବାଇ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.