ତେଜସ ଯୁଦ୍ଧ ବିମାନ ଉଡ଼ାଇଲେ ରାଜନାଥ ସିଂହ

ବେଙ୍ଗାଲୁରୁ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତେଜସ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ବେଙ୍ଗାଲୁରୁର ହାଲ୍‌ ବିମାନବନ୍ଦରରୁ ରାଜନାଥ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ବଦେଶ ନିର୍ମିତ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ‘ତେଜସ’ ଉଡ଼ାଇଛନ୍ତି। ଜଣେ କୋ-ପାଇଲଟ୍‌ ଭାବେ ରାଜନାଥ ବିମାନ ଉଡ଼ାଇଥିଲେ ଏବଂ ବିମାନକୁ ସଠିକ୍‌ ନିୟନ୍ତ୍ରଣ ମଧ୍ୟ କରିପାରିଥିଲେ। ସେ ନିଜେ ବିମାନକୁ ୨ ମିନିଟ୍‌ ଉଡ଼ାଇଥିଲେ। ଏହା ଖୁବ୍‌ ରୋମାଞ୍ଚକର ଥିଲା ଏବଂ ଏହା ସାରା ଜୀବନ ସ୍ମରଣୀୟ ହୋଇ ରହିବ ବୋଲି ରାଜନାଥ କହିଛନ୍ତି। ରାଜନାଥ ତେଜସ ଉଡ଼ାଇବା ପାଇଁ ପସନ୍ଦ କରିବାର ମୁଖ୍ୟ କାରଣ ହେଉଛି ଏହା ଏକ ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ। ହାଲ୍‌ , ଡିଆରଡ଼ିଓ ଏବଂ ଅନ୍ୟ ସଂସ୍ଥାମାନଙ୍କୁ ସ୍ବାଗତ କରି ରାଜନାଥ କହିଛନ୍ତି, ଏବେ ବିଶ୍ବ‌ରେ ଆମେ ଯୁଦ୍ଧ ବିମାନ ରପ୍ତାନୀ କରିବା ସମୟ ଆସିଛି। ଦକ୍ଷିଣ ପୂର୍ବ ଏସିଆ ପରି ଦେଶଗୁଡ଼ିକ ତେଜସ ଯୁଦ୍ଧ ବିମାନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ରାଜନାଥ କହିଛନ୍ତି। ରାଜନାଥଙ୍କ ସହ ଆଜି ଏୟାର ଭାଇସ ମାର୍ସାଲ୍‌ ଏନ୍‌ ତିୱାରି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର