ସହିଦଙ୍କ ପରିବାରକୁ ଏଣିକି ମିଳିବ ଚାରିଗୁଣ କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶର ଶତ୍ରୁଙ୍କୁ ମୁକାବିଲା କରିବା ବେଳେ ପ୍ରାଣ ହରାଉଥିବା ସହିଦଙ୍କ ପରିବାରକୁ ଏଣିକି କ୍ଷତିପୂରଣ ଭାବେ ଚାରିଗୁଣ ଅର୍ଥ ମିଳିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି | ପ୍ରଥମେ ଏହି ରାଶି ୨ ଲକ୍ଷ ଟଙ୍କା ଥିବାବେଳେ ଏଣିକି ୮ ଲକ୍ଷ ଟଙ୍କା ମିଳିବ | ଏହି ଅର୍ଥ ରାଶି ଆର୍ମି ବେଟଲ କାଜୁଆଲିଟି ୱେଲଫେୟାର ଫଣ୍ଡ ପକ୍ଷରୁ ଦିଆଯିବ |

(File Photo)

ଆର୍ମି ବେଟଲ କାଜୁଆଲିଟି ୱେଲଫେୟାର ଫଣ୍ଡ ଜୁଲାଇ ୨୦୧୭ରେ ପ୍ରତିଷ୍ଠା କରାଯାଇଥିଲା | ଏହି ଫଣ୍ଡ ଚାରିଟେବୁଲ ଏଣ୍ଡଉନମେଣ୍ଟ ଆକ୍ଟ ୧୮୯୦ ଅନୁସାରେ କରାଯାଇଥିଲା | ଏହି ଫଣ୍ଡ ସହିଦ ଓ ଆହତ ସୈନିକଙ୍କ ପରିବାରଙ୍କୁ ମିଳିବ |

ଏହା ପୂର୍ବରୁ ବିଭିନ୍ନ ରାଙ୍କ ଅଫିସରଙ୍କ ପାଇଁ ଥିବା ମୋନେଟ୍ରି ଗ୍ରାଣ୍ଟ ପକ୍ଷରୁ ୪୫ ଲକ୍ଷରୁ ୨୫ ଲକ୍ଷ ଟଙ୍କା ଓ ସେନା ବୀମା ପକ୍ଷରୁ ୪୦ ଲକ୍ଷରୁ ୭୫ ଲକ୍ଷ ଟଙ୍କା ଯେନ ମିଳିବାର ପ୍ରାବଧାନ ରହିଛି | ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ସହିଦ ଓ ଆହତ ସୈନିକଙ୍କ ପାଇଁ ଗୃହମନ୍ତ୍ରୀ ଥିବା ସମୟରେ ‘ଭାରତ କେ ବୀର ଫଣ୍ଡ’ ଲଞ୍ଚ କରିଥିଲେ |

ସମ୍ବନ୍ଧିତ ଖବର