‘ଭାରତ୍‌ କେ ବୀର୍‌’ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଥିବା ଦୁଇ ପିଲାଙ୍କୁ ଭେଟିଲେ ରାଜନାଥ

ନୂଆଦିଲ୍ଲୀ: ନିଜ ପକେଟ ଖର୍ଚ୍ଚରୁ ‘ଭାରତ୍‌ କେ ବୀର୍‌’ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଥିବା ଦୁଇ ଚାମ୍ପିୟନ ପିଲା ଅବନୀ ଡାଲମିଆ ପ୍ରିୟାଙ୍ଗ ଡାଲମିଆଙ୍କୁ ଶନିବାର ଦିନ ଗୃହମନ୍ତ୍ରୀ ରାଜନାଥ ସିଂହ ଭେଟିଛନ୍ତି।

ସହିଦ ସୈନିକମାନଙ୍କ ପରିବାରବର୍ଗଙ୍କୁ ସହାୟତା କରିବାକୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥରାଶିର ଚେକ୍‌ ଦେଇଥିବା ସେ ଦୁଇ ପିଲାଙ୍କ ସହ ଉଠାଇଥିବା ଫଟୋ ସବୁ ଗୃହମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

ସହିଦ ସୈନିକମାନଙ୍କ ପରିବାରବର୍ଗଙ୍କୁ ସାଧାରଣ ନାଗରିକଙ୍କ ସହାୟତା ରାଶି ପ୍ରାପ୍ତ କରାଇବା ପାଇଁ ୨୦୧୭ରେ ଗୃହମନ୍ତ୍ରାଳୟ ‘ଭାରତ୍‌ କେ ବୀର୍‌’ ଅଭିଯାନ ଆରମ୍ଭ କରିଥିଲେ।

ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର, ବକ୍ସର୍‌ ବିଜେନ୍ଦର୍‌ ସିଂହ, ମଲ୍ଲଯୋଦ୍ଧା ସୁଶୀଳ କୁମାର ଏବଂ ପୂର୍ବତନ କ୍ରିକେଟ୍‌ ଖେଳାଳି ମହମ୍ମଦ କୈଫ୍‌ ଆଦି ଅନେକ ସେଲିବ୍ରିଟି ଏହି ଅଭିନବ ପ୍ରୟାସରେ ସାମିଲ ହୋଇଛନ୍ତି।

ଏ ବର୍ଷ ଜାନୁଆରି ମାସରେ ‘ଭାରତ୍‌ କେ ବୀର୍‌’ ପ୍ରୟାସର ଗୀତ ଅକ୍ଷୟ କୁମାରଙ୍କ ଦ୍ୱାରା ଲଞ୍ଚ୍‌ ହୋଇଥିଲା। ସେତେବେଳେ ଅଭିନେତା ଅକ୍ଷୟ କୁମାର କହିଥିଲେ ଏ ଯାବତ୍‌ ଏହି ଅଭିନବ ପୋର୍ଟାଲ୍‌ ୧୨. ୯୩ କୋଟି ଟଙ୍କା ଯୋଗାଡ଼ା କରିବାରେ ସହାୟକ ହୋଇଛି।

ସମ୍ବନ୍ଧିତ ଖବର