ଦେଖନ୍ତୁ, ରାଫେଲରେ ଉଡ଼ାଣ ଭରିବା ପରେ କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ବୋର୍ଡେସ୍କ (ଫ୍ରାନ୍ସ): ଆଜି ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବିଶ୍ୱର ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲରେ ସୁପର ସୋନିକ୍‌ (ଶବ୍ଦ ଠାରୁ ଅଧିକ) ବେଗରେ ଉଡ଼ାଣ ଭରିବା ସହ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହା ପୂର୍ବରୁ ଅବଶ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ରେ ଉଡ଼ିଥିଲେ।

ତେବେ, ବିଶ୍ୱର ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲରେ ସୁପର ସୋନିକ୍‌ (ଶବ୍ଦ ଠାରୁ ଅଧିକ) ବେଗରେ ଉଡ଼ାଣ ଭରିବା ପରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ଲଢ଼ୁଆ ବିମାନରେ ବସି ଉଡ଼ାଣ ଭରିବା ଥିଲା ମୋ ପାଇଁ ଏକ ଗର୍ବ ଗୌରବର ବିଷୟ। ଭାରତୀୟ ବାୟୁସେନାର ସ୍ଥାନ ଏବେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ରାଫେଲ ସାମିଲ ହେବା ୁପରେ ଆହୁରି ୂଅଧିକ ଶକ୍ତିଶାଳୀ ହୋଇ ଉଠିବ ଭାରତୀୟ ବାୟୁସେନା।

 

ସମ୍ବନ୍ଧିତ ଖବର