ଏବର୍ଷ ଦଶହରାରେ ଭାରତ-ପାକିସ୍ତାନ ସୀମାରେ ହେବ ଶସ୍ତ୍ରପୂଜା ! ଯୋଗ ଦେବେ ଗୃହମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ : ଏ ବର୍ଷ ଦଶହରା ଉପଲକ୍ଷେ ଭାରତ-ପାକିସ୍ତାନ ସୀମାରେ ଶସ୍ତ୍ରପୂଜା ହେବ । ତେବେ ଏହା କଛି ନୂଆ କଥା ନୁହେଁଁ । ପ୍ରତିବର୍ଷ ବିଏସଏଫ ପକ୍ଷରୁ ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା ହୋଇଥାଏ । କିନ୍ତୁ ଏ ବର୍ଷ ନିଆରା କଥା ହେଉଛି ଯେ ପ୍ରଥମ ଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଏଥିରେ ଯୋଗ ଦେବେ । ଏ ବର୍ଷର ଶସ୍ତ୍ରପୂଜାରେ ଗୃହମନ୍ତ୍ରୀ ରାଜନାଥ ସିଂ ଏଥିରେ ଯୋଗ ଦେବେ । ରାଜସ୍ଥାନର ବିକାନୀରଠାରେ ଥିବା ଅତି ସଂବେଦନଶୀଳ ଭାରତ-ପାକ ସୀମାରେ ଥିବା ବିଏସଏଫର ବର୍ଡର ଆଉଟ-ପୋଷ୍ଟରେ ପକ୍ଷରୁ ଏହି ପୂଜା କରାଯିବ । ଏହି ପୂଜା ପାଇଁ ରାଜନାଥ ଆସନ୍ତା ୧୮ ତାରିଖରେ ରାଜନାଥ ବିକାନୀରରେ ପହଞ୍ଚିବେ, ସେହିଦିନ ରାତିରେ ସେ ବିଏସଏଫ ପୋଷ୍ଟରେ କଟାଇବେ, ପରଦିନ ଅର୍ଥାତ ବିଜୟା ଦଶମୀ ଦିନ ବିଏସଏଫ ଓ ସେନାର ଶସ୍ତ୍ରପୂଜାରେ ସେ ଯୋଗ ଦେବେ । ସୂଚନାଯୋଗ୍ୟ ଯେ, ଦଶହରା ହେଉଛି ଦଶାନନ ରାବଣ ଉପରେ ଭଗବାନ ରାମଙ୍କ ବିଜୟ । ଏହି ଦିନକୁ ହିନ୍ଦୁମାନେ ବିଜୟା ଦଶମୀ ଭାବେ ପାଳନ କରନ୍ତି । ଏହି ଦିନ ରାଜାମହାରାଜା ଓ କ୍ଷତ୍ରୀୟମାନେ ଶସ୍ତ୍ରପୂଜା କରିଥାନ୍ତି ।

ସମ୍ବନ୍ଧିତ ଖବର