କର୍ଣ୍ଣାଟକ ରାଜ୍ୟପାଳ ବିଜେପିକୁ ୧୫ ଦିନ ସମୟ ଦେବା ଗଣତନ୍ତ୍ର ପ୍ରତି ବିଦ୍ରୁପ : ରଜନୀକାନ୍ତ

ଚେନ୍ନାଇ : କର୍ଣ୍ଣାଟକରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳ ୧୫ ଦିନ ସମୟ ଦେବା ଗଣତନ୍ତ୍ର ପ୍ରତି ବିଦ୍ରୁପ ବୋଲି କହିଛନ୍ତି ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତ । ସେ କହିଛନ୍ତି ଯେ କର୍ଣ୍ଣାଟକରେ ବିଜେପି ଯେଉଁଭଳି କ୍ଷମତାକୁ ଆସିବାକୁ ଉଦ୍ୟମ କଲା, ରାଜ୍ୟପାଳ ଯେପରି ୧୫ ଦିନ ସମୟ ଦେଲେ ତାହା ହେଉଛି ଗଣତନ୍ତ୍ର ପ୍ରତି ବିଦ୍ରୁପ । କିନ୍ତୁ ଶନିବାରଦିନ ଘଟିଥିବା ଘଟଣାକ୍ରମ ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି । ୨୦୧୯ରେ ନିର୍ବାଚନ ଲଢିବା ସଂପର୍କରେ ସେ କହିଛନ୍ତି ଯେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏପରିକି ତାଙ୍କ ଦଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ମେଣ୍ଟ କଥା ପରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ରଜନି ମହିଳା ସାମୁଖ୍ୟର ସଦସ୍ୟାମାନଙ୍କୁ ଭେଟିବା ଅବସରରେ ସେ ଏକଥା କହିଛନ୍ତି ।

ସମ୍ବନ୍ଧିତ ଖବର