ରଜନୀକାନ୍ତ ଲଢ଼ିବେନି ୨୦୧୯ ନିର୍ବାଚନ

ଚେନ୍ନାଇ: ଅଭିନେତା ନେତା ପାଲଟିଥିବା ସିନେ ତାରକା ରଜନୀକାନ୍ତ ଦୀର୍ଘ ମାସର କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ଏଥି ସହିତ ତାଙ୍କର ଲକ୍ଷ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନ ବୋଲି ମଧ୍ୟ ସେ ଦୃଢ଼ ସୂଚନା ଦେଇଛନ୍ତି। ସେହିପରି ସେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁନାହାନ୍ତି। ତେଣୁ କୌଣସି ରାଜନୈତିକ ଦଳ ତାଙ୍କ ଫଟୋକୁ ବାରଣ ନକରିବାକୁ ମଧ୍ୟ ରଜନୀକାନ୍ତ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର