ଚେନ୍ନାଇ: ମାସକ ତଳେ ଅଭିନେତା-ରାଜନେତା ରଜନୀକାନ୍ତ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ବିଧାନସଭା ଉପନିର୍ବାଚନ ଲଢିବେ ବୋଲି ନାହିଁ କହିଛନ୍ତି। ଏହି ବିଧାନସଭା ନିର୍ବାଚନ ଆଗାମୀ ଏପ୍ରିଲ ୧୮ ତାରିଖରେ ଲୋକସଭା ନିର୍ବାଚନ ସହ ଅନୁଷ୍ଠିତ ହେବ। ଏ ସଂପର୍କରେ ରଜନୀକାନ୍ତ ଅଧିକ କିଛି କହିବାକୁ ମନା କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ସେ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ କେବଳ ଆଗାମୀ ବିଧାନସଭା ନିର୍ବାଚନ। ସୁପରଷ୍ଟାର ରଜନୀକାନ୍ତ ଗତ ଫେବୃଆରି ୧୭ ତାରିଖରେ ଘୋଷଣା କରିଥିଲେ ଯେ ସେ ଲୋକସଭା ନିର୍ବାଚନ ଲଢିବେ ନାହିଁ। ରଜନୀକାନ୍ତଙ୍କ ରାଜନୈତିକ ଦଳ ରଜନୀ ମକକଲ ମନ୍ଦରମ୍(ଆରଏମ୍ଏମ୍) ବିଧାନସଭା ଉପନିର୍ବାଚନ ଲଢିବେ ନାହିଁ ଶୁଣି ଅନେକ ଲୋକ ବିସ୍ମିତ ହୋଇଛନ୍ତି। ରଜନୀକାନ୍ତ ଆଗାମୀ ବିଧାନସଭା ନିର୍ବାଚନରେ କାହା ସହ ମେଣ୍ଟ କରିବେ କି ନା ନାହା ବି ଏଯାଏଁ ସ୍ପଷ୍ଟ କରି ନାହାନ୍ତି।