ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ରଜନୀକାନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ମେଗାଷ୍ଟାର ତଥା ରାଜନେତା ରଜନୀକାନ୍ତ  ରାଜନୀତିରେ ପାଦ ଦେବାପରେ ହଟଚମଟ ସୃଷ୍ଟି ହୋଇଥିଲା । ହେଲେ ସେ ଆଜି ଯାହା ଘୋଷଣା କରିଛନ୍ତି ତାହା ବି ବେଶ୍‌ ଆଲୋଡନ କରିଛି। ରଜନୀକାନ୍ତ ଆଜି ଘୋଷଣା କରିଛନ୍ତି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ରଜନୀକାନ୍ତ କହିଛନ୍ତି ଯେ ସେ ରାଜନୀତିରେ କୌଣସି ଦଳକୁ ସମର୍ଥନ କରୁ ନଥିବା ହେତୁ ତାଙ୍କର ଫଟୋକୁ କେହି ବ୍ୟବହାର କରିବା ଅନୁଚିତ। ସେହିପରି କୌଣସି ଦଳ ପ୍ରଚାର ପାଇଁ ରଜନୀ ଫ୍ୟାନ୍ କ୍ଲବ୍କୁ ବି ବ୍ୟବହାର କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିଥିଲେ। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେସେ କୌଣସି ଦଳ ସହିତ ମେଣ୍ଟ କରିବେ  ଏବଂ ନିର୍ବାଚନ ମଇଦାନରେ ଓହ୍ଲାଇବେ। କିନ୍ତୁ ତାଙ୍କର ଏହି ଘୋଷଣା ରାଜନୀତିରେ କି ହଟଚମଟ ସୃଷ୍ଟି କରୁଛି , ତାହା ଦେଖିବାର କଥା।

 

ସମ୍ବନ୍ଧିତ ଖବର