ପେଟ୍ରୋଲିୟମ ମନ୍ତ୍ରାଳୟକୁ ଧକ୍କା, ୧୦ ହଜାର ପେଟ୍ରୋଲ ପମ୍ପ ଆବଣ୍ଟନ ଉପରେ ରୋକ ଲଗାଇଲେ ରାଜସ୍ଥାନ ହାଇକୋର୍ଟ

ଜୟପୁର : ପ୍ରାୟ ୧୦ ହଜାର ପେଟ୍ରୋଲ ପମ୍ପ ଆବଣ୍ଟନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଯୋଜନା କୁ ଏକ ବଡ଼ ଧକ୍କା ଲାଗିଛି । ରାଜସ୍ଥାନ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି । ଏହା ସହିତ ରାଷ୍ଟ୍ରାୟତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଓ ରାଜ୍ୟ (ରାଜସ୍ଥାନ) ସରକାରଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବଣ୍ଟନ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଇ ଦାଏର ହୋଇଥିବା କେତେକ ଅଭିଯୋଗର ବିଚାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ଡିସେମ୍ବର ୧୫ରେ ଏ ସଂପର୍କରେ ତେଲ କମ୍ପାନିମାନେ ବିଜ୍ଞପ୍ତି ଜାରି କରିଥିଲେ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଆଜି (ଶନିବାର) ସମାପ୍ତ ହୋଇଯାଇଛି । ଚୟନ ପ୍ରକ୍ରିୟାରେ ତ୍ରୁଟି ରହୁଥିବା ଆବେଦନକାରୀ ଦର୍ଶାଇଥିଲେ ।

ସମ୍ବନ୍ଧିତ ଖବର