୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଗୃହରେ ଘୋଷଣା କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ : ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯିବ ବୋଲି ସୋମବାର ବିଧିବଦ୍ଧ ଘୋଷଣା କରାଯାଇଛି । ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏ ନେଇ ସୂଚନା ଦେଇଛନ୍ତି । ୯ ତାରିଖ ସକାଳ ୧୧ଟାରେ ଭୋଟ ଗ୍ରହଣ କରାଯିବ । ଚଳିତ ବର୍ଷ ମୈାସୁମୀ ଅଧିବେଶନ ଶେଷ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ଏହା ପଦ ପାଇଁ ନିର୍ବାଚନ ହେଉଛି । ବିଦାୟୀ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ଜୁନ ମାସ ପ୍ରଥମ ସପ୍ତାହରେ ଶେଷ ହୋଇଯାଇଛି । ତେବେ ସେବେଠାରୁ ଏହି ଆସନ ଖାଲିଥିଲା ।

Moneycontrol

ତେବେ ଆଜି ଗୃହରେ ଏ ନେଇ ଘୋଷଣା କରିବା ସହ ମୈାସୁମୀ ଅଧୀବେଶନରେ ହିଁ ରାଜ୍ୟସଭା ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଗୃହରେ ବିଜେପି ପାଖରେ ବହୁମତ ଥିବା ସତ୍ତ୍ବେ ବିରୋଧୀମାନେ ମିଳିତ ପ୍ରାର୍ଥୀ ଦେବା ସହ ବିଜୟ ଲାଗି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ତେବେ ବିଜେପି କେଉଁ ନେତାଙ୍କୁ ଏହି ପଦପାଇଁ ଟିକେଟ ଦେବ ସେ ନେଇ ଏ ପର୍ଯ୍ୟନ୍ତ କୈାଣସି ଖବର ମିଳିନଥିବା ବେଳେ ବିରୋଧୀମାନେ ଏହି ଆସନ ହାତେଇବା ଲାଗି ସମସ୍ତ ପ୍ରକାର ଉଦମ କରୁଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ସମୟରେ ରାଜ୍ୟସଭାରେ ୨୪୫ଟି ଆସନ ରହିଛି ତେବେ ଉପସଭାପତି ପଦରେ ବସିବାକୁ ହେଲେ ସର୍ବନିମ୍ନ ୧୨୨ ଜଣ ସାସଂଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏ ପଟେ ବିଜେଡି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ କୈାଣସି ସୂଚନା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର