ଜୁଲାଇ ୫ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ଟି ସମେତ ମୋଟ ୬ ଆସନ ପାଇଁ ହେବ ଭୋଟ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୫ରେ ଖାଲିଥିବା ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ୬ଟି ଆସନ ମଧ୍ୟରୁ ଓଡ଼ିଶାର ୩ ଟି, ଗୁଜୁରାଟର ୨ଟି ଓ ବିହାରର ଗୋଟିଏ ଆସନ ଅନ୍ତର୍ଭୁକ୍ତ । ଓଡ଼ିଶାରେ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପକେଶରୀ ଦେବ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ୩ ଟି ଆସନ ଖାଲି ରହିଛି । ସେହିପରି ଗୁଜୁରାଟରେ ସ୍ମୃତି ଇରାନୀ, ଅମିତ ଶାହା ଇସ୍ତଫା ଦେବା ପରେ ଓ ବିହାରରେ ରବି ଶଙ୍କର ପ୍ରସାଦ ଇସ୍ତଫା ଦେବା ପରେ ଏସବୁ ଆସନ ଖାଲି ରହିଛି ।

ଏସବୁ ନିର୍ବାଚନ ପାଇଁ ଆସନ୍ତା ୧୮ ଜୁନରେ ବିଜ୍ଞପ୍ତି ଜାରି ହେବ, ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୨୫ ଜୁନ , ୨୬ରେ ମନୋନୟନ ପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୮ ଜୁନ ଓ ୫ ତାରିଖରେ ଭୋଟ ଗ୍ରହଣ ହେବ । ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିଦିନ ୫ଟା ପରେ ଗଣତି ହେବ । ଜୁଲାଇ ୯ ତାରିଖ ସୁଦ୍ଧା ଏହି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ସମ୍ବନ୍ଧିତ ଖବର