ରାଜ୍ୟସଭାରେ ସାନ୍ତାଳୀ ସମେତ ୫ଟି ଭାଷାକୁ ମାନ୍ୟତା

ନୂଆଦିଲ୍ଲୀ : ରାଜ୍ୟସଭାରେ ସାନ୍ତାଳୀ ସମେତ ୫ଟି ଭାଷାକୁ ମାନ୍ୟତା ମିଳିଛି। ଅନ୍ୟ ଭାଷାଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀର, କୋଙ୍କଣୀ ଓ ସିନ୍ଧି। ବର୍ତ୍ତମାନ ରାଜ୍ୟସଭାରେ ମୋଟ ମାନ୍ୟତାପ୍ରାପ୍ତ ଭାଷା ୨୨କୁ ବୃଦ୍ଧି ପାଇଛି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସୂଚନା ଦେଇଛନ୍ତି। ତେବେ ଏହି ସବୁ ଭାଷା ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦୀୟ ଅଧିବେଶନରେ ଉପସ୍ଥାପିତ କରାଯିବ। ମୋଟ ୨୨ଟି ଭାଷାରେ ସାଂସଦମାନେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଆଲୋଚନା କରିପାରିବେ ବୋଲି ଶ୍ରୀ ନାଇଡୁ କହିଛନ୍ତି।

ସମ୍ବନ୍ଧିତ ଖବର