ଲକ୍ଷ୍ନୌ : ନିଜର ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାଜ୍ୟସଭା ସାଂସଦ ଅମର ସିଂହ । ଏବେ ସେ ପୁଣି ବେଆଇନ୍ ଅର୍ଥ କାରବାର ପାଇଁ ଜେଲ୍ରେ ବନ୍ଦୀ ଥିବା ଚିଦମ୍ବରମ୍କୁ ନେଇ ନିଜର ବୟାନ ରଖିଛନ୍ତି । ଟୁଇଟ୍ କରି ଜେଲ୍ରେ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଛନ୍ତି ଅମର ସିଂହ ।
ଗୁରୁବାର ସେ କରିଥିବା ଟୁଇଟ୍ରେ, ପ୍ରଥମ ଥର ପାଇଁ ମୁଁ ମୋର ପୁରୁଣା ବନ୍ଧୁ ପି.ଚିଦମ୍ବରମ୍ଙ୍କ ପାଇଁ ଗଭୀର ସହାନୁଭୁତି ପ୍ରକଟ କରୁଛି । ନିଜ ସରକାର ବଞ୍ଚାଇବା ପରିବର୍ତ୍ତେ ସେ ମୋତେ ଜେଲ୍ ପଠାଇଥିଲେ । ସେ ସମୟରେ ମୋର କିଡ୍ନୀ ପ୍ରତିରୋପଣ ହୋଇଥିବା ସତ୍ତ୍ୱେ ମଧ୍ୟ ମୁଁ ଜେଲ୍ ଯାଇ ବିନା ତକିଆରେ ଶୋଇଥିଲି । ଏବେ ଇତିହାସ ପୁଣି ଥରେ ଦୋହରିଛି । ତୁମକୁ କେମିତି ଅନୁଭବ ହେଉଛି? ବୋଲି ଲେଖିଛନ୍ତି ଅମର ସିଂହ ।
For the 1st time I feel deep sympathy for my old acquaintance @PChidambaram_IN. Inspite of saving his govt right after my kidney transplant I was sent to jail & I slept on the same floor without a pillow. The history is being repeated. How do u feel? #PChidambaram@INCIndia
— Amar Singh (@AmarSinghTweets) September 19, 2019
ସୂଚନା ମୁତାବକ, ଆଇଏନ୍ଏକ୍ସ ମିଡିଆ ମାମଲାକୁ ନେଇ ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ୍କୁ ୧୪ଦିନ ପର୍ଯ୍ୟନ୍ତ ତିହାର ଜେଲ୍କୁ ପଠାଇଥିଲେ । କିନ୍ତୁ ପରେ ଯାଞ୍ଚ ଏଜେନ୍ସିର କହିବା ଅନୁଯାୟୀ ଏହାର ଅବଧି ଅକ୍ଟୋବର ୩ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଗୁରୁବାର ଚିଦମ୍ବରମ୍ଙ୍କ ଦୁଇ ଓକିଲ ଜେଲ୍ରେ ତାଙ୍କୁ ହେଉଥିବା ସମସ୍ୟା ବିଷୟରେ ମାମଲାର ଶୁଣାଣି ସମୟରେ କହିଥିଲେ । ତକିଆ ଓ ଚେୟାର ମିଳୁ ନଥିବା କଥା ଉଠିବା ପରେ ଅମର ସିଂହ ଏଭଳି ବୟାନ ରଖିଛନ୍ତି ।