ସାରା ଦେଶ ପାଳୁଛି ରାକ୍ଷୀ ପୂର୍ଣ୍ଣିମା; ମହିଳା ଓ ଶିଶୁଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କୁ ବାନ୍ଧିଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପବିତ୍ର ରକ୍ଷା ବନ୍ଧନ। ସାରା ଦେଶ ପାଳନ କରୁଛି ଏହି ଉତ୍ସବ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ମହିଳା ଓ ଶିଶୁମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ପୂର୍ବରୁ ହିଁ ଏହି ଦୁଇ ବିଶେଷ ବ୍ୟକ୍ତି ଟୁଇଟର୍ ଜରିଆରେ ସାରା ଦେଶକୁ ରକ୍ଷାବନ୍ଧନ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟର୍ରେ ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନ ଅବସରରେ ଶୁଭେଚ୍ଛା। ଆଶା କରୁଛି ଏହି ଉତ୍ସବ ଆମ ଭିତରେ ଭାଇଚାରା ନୀତିକୁ ଆହୁରି ଶକ୍ତ କରିବ। ମହିଳାମାନେ ବସବାସ କରୁଥିବା ସମାଜରେ ଭାଇଚାରା ଭାବ ବଜାୟ ରଖିବା ପାଇଁ ଆମକୁ ପ୍ରୋତ୍ସାହିତ କରିବ। ବିଶେଷକରି ଯୁବତୀମାନେ ସୁରକ୍ଷିତ ରୁହନ୍ତି ଏବଂ ସେମାନଙ୍କ ସ୍ୱାଭିମାନକୁ ସମ୍ମାନ ମିଳୁ।’
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ‘ପବିତ୍ର ଉତ୍ସବ ରକ୍ଷା ବନ୍ଧନ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା।’
ଏପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରବିବାର ରକ୍ଷାବନ୍ଧନ ଅବସରରେ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।