କେନ୍ଦ୍ର ମନ୍ତ୍ରୀ ରାମ ବିଲାଶ ପାଶଓ୍ଵାନଙ୍କ ଭାଇ ତଥା ସାଂସଦ ରାମ ଚନ୍ଦ୍ର ପାଶଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଲାଶ ପାଶଓ୍ଵାନଙ୍କ ଭାଇ ରାମ ଚନ୍ଦ୍ର ପାଶଓ୍ଵନଙ୍କର ରବିବାର ଦେହାନ୍ତ ହୋଇ ଯାଇଛି। ଦିଲ୍ଲୀର ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରାମ ଚନ୍ଦ୍ର ପାଶଓ୍ଵାନ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଜୁଲାଇ ୧୨ ତାରିଖରେ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ଘଟିଥିବା ସୂଚନା ରହିଛି। ତାଙ୍କୁ ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ରେ ଗତ ୧୨ ତାରିଖରୁ ହସ୍ପିଟାଲ୍‌ର କ୍ୟାର୍ଡିଓଲୋଜିର ଏଚ୍‌ଓଡି ଡକ୍ଟର ରଣଦୀପ ନାଥଙ୍କ ତତ୍ୱବଧାନରେ ଆଇସିୟୁରେ ରଖାଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନରେ ବିହାରର ସାମସ୍ତିପୁର ସାମ୍ବିଧାନିକ କ୍ଷେତ୍ରରୁ ନିର୍ବାଚନ ଲଢ଼ି ରାମ ଚନ୍ଦ୍ର ପାଶଓ୍ଵାନ ବିଜୟ ଲାଭ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ସାମସ୍ତିପୁର ସାମ୍ବିଧାନିକ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାରଙ୍କ ବିରୋଧରେ ନିର୍ବାଚନ ଲଢ଼ି ୧୦ ହଜାର ମାର୍ଜିନ ଭୋଟ୍‌ରେ ବିଜୟ ଲାଭ କରିଥିଲେ।

ସମ୍ବନ୍ଧିତ ଖବର