ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦୀପାବଳି ପୂର୍ବରୁ ଆରମ୍ଭ ହେବ: ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ

2 1,529

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଦୀପାବଳି ପୂର୍ବରୁ ଆରମ୍ଭ ହେବ: ବୋଲି କହିଛନ୍ତି ବିଜେପି ସାଂସଦ ତଥା ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ସୁବ୍ରମଣ୍ୟମ୍‌ ସ୍ୱାମୀ। ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌- ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ରାୟ ଦେବାପରେ ଏକଥା କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ।

Panda Mobile only

ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି ଯେ ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ବିବାଦର ଶୁଣାଣିକୁ ଅଯଥାରେ ଅଧିକ କାଳ ପର୍ଯ୍ୟନ୍ତ ଗଡ଼ାଇବା ଉଦ୍ଦେଶ୍ୟରେ କେତେକ ମୁସ୍‌ଲିମ୍‌ ସଂଗଠନ ଏହି ମାମଲାର ଶୁଣାଣି ପାଇଁ ଏକ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ରହିଛି ବୋଲି ଦର୍ଶାଉଥିଲେ। ଯାହାକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ଖାରଜ କରିଦେବା ସହ ମନ୍ଦିର, ମସଜିଦ୍‌ ଓ ଚର୍ଚର ସମାନ ଗୁରୁତ୍ୱ ରହିଛି ବୋଲି କହିଛନ୍ତି। ତେଣୁ, ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଆଉ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. Saumya says

    An adverse effect will fall on 2019 election. So no doubt Bjp never do it.

  2. Saumya says

    Bjp already lost Hindus trust. So it will never lose Muslims trust by doing this.