ରାମ ମନ୍ଦିର ଶିଳାନ୍ୟାସ ଉତ୍ସବର ତାରିଖ ଘୋଷଣା କଲେ ଦ୍ୱାରକାପୀଠର ମଠାଧୀଶ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ

ପ୍ରୟାଗରାଜ: ଦ୍ୱାରକାପୀଠର ମଠାଧୀଶ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ଉତ୍ସବ ଫେବ୍ରୁଆରି ୨୧ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି। କୁମ୍ଭମେଳାରେ ଚାଲିଥିବା ଧର୍ମ ସଂସଦରେ ନିଜର ଅଭିଭାଷଣ ଦେଇ ସ୍ୱରୁପାନନ୍ଦ ସରସ୍ୱତୀ କହିଛନ୍ତି କି ଫେବ୍ରୁଆରି ୨୧ ତାରିଖରେ ଆଯୋଧ୍ୟାରେ ତାଙ୍କ ସହ ୫୦୦ ସାଧୁ ଯୋଗଦାନ ଦେବେ। ସାଧୁମାନେ ଏକତ୍ରିତ ହୋଇ ପ୍ରଭୁ ରାମ ଚନ୍ଦ୍ରଙ୍କର ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ।

ଦେଶରେ ରହିଥିବା ୪ ଜଣ ବିଖ୍ୟାତ ସାଧୁଙ୍କ ମଧ୍ୟରୁ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ ଅନ୍ୟତମ। ରାମ ମନ୍ଦିର ନିର୍ମାଣ ସଂପର୍କରେ ସେ ନିଜର ମତ ରଖି କହିଛନ୍ତି କି ‘ରାମ  ଜନ୍ମଭୂମି ଆନ୍ଦୋଳନରେ ଯୋଗ ଦେଇ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଅନ୍ତିମ ଚେଷ୍ଟା କରିବାର ସମୟ ଆସିଗଲା। ମୋତେ ଗୁଳି ମରାଗଲେ ବି ମୁଁ ଅଯୋଧ୍ୟାରେ ହେବାକୁ ଥିବା ଶିଳାନ୍ୟାସ ଉତ୍ସବକୁ ନିଶ୍ଚିତ ଭାବେ ଯିବି।’ ଧର୍ମ ସଂସଦ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସେ ନିଜ ଅଭିଭାଷଣରେ ଏପରି କହିଛନ୍ତି।

 

ସମ୍ବନ୍ଧିତ ଖବର