ଜେଲରେ ବିତିବ ରାମରହିମଙ୍କ ଅବଶିଷ୍ଟ ଜୀବନ

ନୂଆଦିଲ୍ଲୀ : ପଞ୍ଚକୁଲା (ହରିୟାଣା) ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୧୧ ତାରିଖରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଛି ।

୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ତାଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ରାମ ରହିମ ବର୍ତ୍ତମାନ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ  କାରାଦଣ୍ଡ ଭୋଗୁଛନ୍ତି। ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

ସମ୍ବନ୍ଧିତ ଖବର