ସାଧୁସନ୍ଥମାନେ କୁମ୍ଭମେଳାରୁ ଫେରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ: ଆଖଡ଼ା ପରିଷଦ ସଭାପତି

ପ୍ରୟାଗରାଜ: ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ରବିବାର ଘୋଷଣା କରିଛନ୍ତି କି ଯେତେ ସବୁ ସାଧୁ ସନ୍ଥ କୁମ୍ଭମେଳା ଯାଇଛନ୍ତି ମାର୍ଚରେ ମେଳା ସରିବା ପରେ ସେମାନେ ସବୁ ସେଠାରୁ ଫେରି ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଏ ସଂପର୍କରେ ମହନ୍ତ ଆହୁରି ବି କହିଛନ୍ତି କି ସମସ୍ତ ସନ୍ଥ ମିଶି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଏକ ବୈଠକ ଆୟୋଜନ କରିବେ।

ସାଧୁମାନେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ମୁଣ୍ଡ ଦେବେ ବୋଲି କହିବା ସହ ସେ ବିଜେପିକୁ ନିନ୍ଦା କରିଛନ୍ତି। ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିଳମ୍ବ କରୁଥିବା ହେତୁ ସେ କହିଛନ୍ତି କି, ବିଜେପି ଆସନ୍ତା ନିର୍ବାଚନ ପାଇଁ ଜାଣି ଜାଣି ରାମ ମନ୍ଦିର ପ୍ରସଂଗକୁ ସମାପ୍ତ ନକରି ବଞ୍ଚାଇ ରଖୁଛି।

ଉଲ୍ଲେଖଯୋଗ୍ୟ, ରାମ ଜନ୍ମଭୂମି ଓ ବାବରୀ ମସ୍‌ଜିଦ୍‌ ବିବାଦ ମାମଲାର ଶୁଣାଣି ଆସନ୍ତା ୨୯ ତାରିଖ(ମଙ୍ଗଳବାର)ଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଆରମ୍ଭ ହେବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର