ରମଣ ସିଂହ ସରକାରଙ୍କ ବିରୋଧରେ ଅନାସ୍ଥା କାଟ ଖାଇଲା

ରାୟପୁର: ଛତିଶଗଡ଼ରେ ବିଜେପି ନେତୃତ୍ୱାଧୀନ ରମଣ ସିଂହଙ୍କ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ବିଧାନସଭାରେ ବାଚନିକ ଭୋଟ୍‌ରେ କାଟ ଖାଇଛି। ଦୀର୍ଘ ୧୪ ଘଣ୍ଟାର ବିତର୍କ ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ଏଥିପ୍ରତି ଆବଶ୍ୟକ ସମର୍ଥନ ମିଳିନଥିଲା। ମୁଖ୍ୟମନ୍ତ୍ରୀ ରମଣ ସିଂହ କଂଗ୍ରେସର ଦୁର୍ନୀତି ଅଭିଯୋଗକୁ ଦିଗହରା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। କଂଗ୍ରେସ ରାଜ୍ୟରେ ବିରୋଧୀ ଦଳର ଭୂମିକା ସଠିକ୍‌ ଭାବେ ନିର୍ବାହ କରୁନାହିଁ ଏବଂ ସାଧାରଣରେ କେବଳ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଛି ବୋଲି ରମଣ କହିଛନ୍ତି।

ସମ୍ବନ୍ଧିତ ଖବର