ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଜଣେ କୁଖ୍ୟାତ ମାଓନେତାର ମୃତ୍ୟୁ ହୋଇଛି। ମୃତ ମାଓନେତାର ନାମ ରାମନ୍ନା ଓରଫ କେ.ଶ୍ରୀନିବାସ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କୁଖ୍ୟାତ ମାଓନେତା ରାମନ୍ନା ଓରଫ କେ.ଶ୍ରୀନିବାସର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବସ୍ତର ଜଙ୍ଗଲରେ ମୃତ୍ୟୁ ହୋଇଥିବା କୁଖ୍ୟାତ ମାଓନେତା କେନ୍ଦ୍ରୀୟକମିଟି ସଦସ୍ୟ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ୍ କମିଟିର ସମ୍ପାଦକ ଥିଲା। ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲା।
The Caravanରମନ୍ନା ଦୀର୍ଘ ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିଲା। ରାମନ୍ନାଙ୍କୁ ଧରିବାକୁ ସରକାରଙ୍କ ତରଫରୁ ଦୁଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଓଡ଼ିଶାରେ ୩୦ଲକ୍ଷ, ଛତିଶଗଡ଼ରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାମନ୍ନାଙ୍କ ନାମରେ ଥିବା ସୂଚନା ମିଳିଛି। ଏଥିସହିତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ବି ସେ ସାମିଲ ଥିଲା। କେବଳ ଏତିକି ନୁହେଁ ଦରଭା ଘାଟି କଂଗ୍ରେସ ନେତାଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ସହିତ ତାଡମେଟଲା ସିଆରପିଏଫ ନରସଂହାର ଭଳି ଘଟଣାରେ ରମନ୍ନାର ହାତ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/mao000-750x430.jpg)