କେନ୍ଦ୍ରମନ୍ତ୍ରୀ କହିଲେ , କେଉଁ ଆଡକୁ ଢ଼ଳିବି ତାହା ହାଓ୍ଵା ଦେଖି ସ୍ଥିର କରିବି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଜଣେ ନେତା ନିର୍ବାଚନ ଆଗରୁ ଏକ ଅଜବ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ବିଜେପିମୁହାଁ ହେବେ କି କଂଗ୍ରେସ ଆଡକୁ ଢ଼ଳିବେ ତାହା ସେ ହାଓ୍ଵା ଦେଖି ସ୍ଥିର କରିବେ। ଅର୍ଥାତ୍‌ ଆଗାମୀ ସାଧାରଣ ନିର୍ବାଚନରେ ଯଦି କଂଗ୍ରେସ ଶାସନ କ୍ଷମତାକୁ ଫେରୁଛି ତେବେ ସେ କଂଗ୍ରେସ ଆଡକୁ ଢ଼ଳିବେ ଏବଂ ପୁଣି ମନ୍ତ୍ରୀ ହେବେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାର ଥିବା ଯାଏଁ ସେ ଏନଡିଏରେ ରହିବେ । ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ । ସେ ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର ନେତା।

ଗତକାଲି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ ଏଭଳି ବୟାନବାଜି କରିଛନ୍ତି । ଆଗରୁ ସେ ଅନେକ ବିବାଦୀୟ ବୟାନ୍‌ ଦେଇଛନ୍ତି। କିଛି ଦିନ ତଳେ ସେ ରାହୁଲ ଗାନ୍ଧୀଙ୍କୁ ଜଣେ ଦଳିତ ଯୁବତୀଙ୍କୁ ବାହା ହେବାଲାଗି ବି ପରାମର୍ଶ ଦେଇ ଚର୍ଚ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର