ରମ୍‌ଜାନ୍‌ ପାଇଁ ଅସ୍ତ୍ରବିରତି

0 76

ନୂଆଦିଲ୍ଲୀ: ପବିତ୍ର ରମଜାନ୍‌ ମାସପାଇଁ ଜମ୍ମୁ କଶ୍ମୀରରେ ଅସ୍ତ୍ରବିରତି ପାଳନ କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ୩୦ ଦିନର ସମୟ ଅବଧିରେ ସେନାର କାର୍ଯ୍ୟାନୁଷ୍ଟାନ ସ୍ଥଗିତ ରହିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଛନ୍ତି। ଜମ୍ମୁ କଶ୍ମୀରରେ କୌଣସି ଆତଙ୍କବାଦ ନିରୋଧ ଅପରେସନ ନକରିବାପାଇଁ ସେନାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି। ତେବେ ବିପଦପୂର୍ଣ୍ଣ ସ୍ଥିତିରେ ନିରୀହ ଜନତାଙ୍କ ଜୀବନ ବଞ୍ଚାଇବା ପାଇଁ ସେନା ପ୍ରତି ଆକ୍ରମଣ କରିପାରିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ରମଜାନ୍‌ ଓ ଅମରନାଥ ଯାତ୍ରାକୁ ଆଖି ଆଗରେ ରଖି ଜମ୍ମୁ କଶ୍ମୀରରେ ଅସ୍ତ୍ରବିରତି ପାଇଁ ରାଜ୍ୟରେ ସର୍ବଦଳୀୟ ବୈଠକ ହୋଇଥିଲା। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚଳିତ ମାସ ପ୍ରାରମ୍ଭରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଅସ୍ତ୍ର ବିରତି ପାଇଁ ଅନୁରୋଧ କରିଥିଲେ। ତେବେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ମୁଫ୍‌ତିଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ଜମ୍ମୁ କଶ୍ମୀରରେ ରମଜାନ୍‌ ମାସ ପାଇଁ ସେନା କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି। ସରକାର ଆଶା ରଖିଛନ୍ତି ଏହି ପଦକ୍ଷେପରେ ସମସ୍ତେ ସହଯୋଗ କରି ମୁସଲିମ୍‌ ଭାଇ ଓ ଭଉଣୀମାନଙ୍କୁ ଶାନ୍ତିପୂର୍ଣ୍ଣ ଉପାୟରେ ରମଜାନ୍‌ ପାଳିବାରେ ସହଯୋଗ କରିବେ। ତେବେ ଏହି ସମୟରେ ହିଂସା ଏବଂ ଆତଙ୍କ ଖେଳାଇ ଇସଲାମ୍‌କୁ ବଦନାମ୍‌ କରୁଥିବା ବିଶୃଙ୍ଖଳିତ ଦଳଙ୍କୁ ମଧ୍ୟ ଚିହ୍ନଟ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉକ୍ତ ବିବୃତିରେ କୁହାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନରେ ଲଗାତାର ଭାବେ ସାଧାରଣ ଜନତା ମୃତାହତ ହେଉଥିବାରୁ ଏହି ପବିତ୍ର ମାସରେ ରକ୍ତପାତ ଯେଭଳି ନହୁଏ ସେଥିପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ମୁଫତି କହିଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରେ ତତ୍କାଳୀନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ଏଭଳି ଅସ୍ତ୍ର ବିରତି ପାାଇଁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.