ର‍୍ୟାନ୍‌ ସ୍କୁଲ୍‌ ହତ୍ୟାରେ କଣ୍ଡକ୍ଟରଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ: ହରିଆନାର ଗୁରୁଗ୍ରାମ୍‌ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ଗତବର୍ଷ ସେପ୍ଟେମ୍ବର ୮ରେ ହୋଇଥିବା ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ମାମଲାରେ ଆଜି ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି। ମାମଲାରେ ପ୍ରଥମେ ଦୋଷୀସାବ୍ୟସ୍ତ ହୋଇଥିବା ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ସିବିଆଇ କ୍ଲିନ୍‌ଚିଟ୍‌ ଦେଇଥିବା ବେଳେ ଏକାଦଶ ଶ୍ରେଣୀର ଜନୈକ ଛାତ୍ରକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। କଣ୍ଡକ୍ଟର ଅଶୋକଙ୍କୁ ମଧ୍ୟ ଏହି ମାମଲାରେ ମୁଖ୍ୟ ସାକ୍ଷୀ ଭାବେ ଉଲ୍ଲେଖ କରିଛି। ତଦନ୍ତ ପ୍ରକ୍ରିୟାରେ ଅଶୋକଙ୍କ ବିରୋଧରେ ହତ୍ୟାକାଣ୍ଡ ନେଇ କୌଣସି ପ୍ରମାଣ ମିଳିନଥିବାରୁ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର