ଏଣିକି ସୋସିଆଲ୍ ମିଡିଆରେ ଅଶ୍ଲୀଳ ଫଟୋ, ଭିଡିଓ ପୋଷ୍ଟ କରିବା କିମ୍ବା ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଦଣ୍ଡନୀୟ, ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ଏହା ଉପରେ ଅଙ୍କୁଶ ଲଗାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ। ବର୍ତ୍ତମାନ ଡିଜିଟାଲ୍ ମିଡିଆରେ ମହିଳାଙ୍କ ଶାରୀରିକ ଗଠନ, ପୋଷାକ ଏବଂ ତାଙ୍କୁ ନେଇ ଦିଆଯାଉଥିବା ଅଶ୍ଲୀଳ ଟିପ୍ପଣୀ ବା ମନ୍ତବ୍ୟ ଏବେ ସୀମା ଟପିବାକୁ ବସିଛି । କେବଳ ଏତିକି ନୁହଁ, ବିଭିନ୍ନ ଅଶ୍ଲୀଳ ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରାଯାଇ ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦିଆଯାଉଛି । ତେବେ ଫେସବୁକ୍, ହ୍ୱାଟସଆପ୍ ଏବଂ ସ୍କାଇପ ଭଳି କିଛି ସୋସିଆଲ୍ ମିଡିଆରେ ଏଭଳି ଘଟଣା ଅଧକ ଦେଖିବାକୁ ମିଳିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏବେ ଏକ ବଡ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ କ’ଣ ଆସନ୍ତୁ ଜାଣିବା ।

ମନ୍ତ୍ରାଳୟ ମହିଳାଙ୍କ ଅଶ୍ଳୀଳ ଚିତ୍ରଣ (ନିଷେଧ) ଆଇନ, ୧୯୮୬ରେ ସଂଶୋଧନ ଆଣୁଛି। ଏହି ସଂଶୋଧନ ଜରିଆରେ ସୋସିଆଲ୍ ମିଡିଆରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଏବଂ ସେମାନଙ୍କ ଅଶ୍ଳୀଳ ଫଟୋ ଅପଲୋଡ୍ ଦଣ୍ଡନୀୟ ହେବ। ଡିଜିଟାଲ୍ ମିଡିଆରେ ମହିଳାଙ୍କ ଅଶ୍ଲୀଳ ଚିତ୍ରଣକୁ ନେଇ ଏହି ଆଇନ୍ ନିଷେଧ କରିବ । ୧୯୮୬ ମସିହାରେ ପ୍ରଣୀତ ହୋଇଥବା ଏହି ଆଇନ୍ର ପରିସରକୁ ବଢ଼ାଯିବା ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ପରିବର୍ତ୍ତନ ରାଷ୍ଟ୍ରୀୟ ମହିଳା ଆୟୋଗର ସୁପାରିସ ଏବଂ ସଂସଦୀୟ ସ୍ଥାୟୀ କମିଟିର ମନ୍ତବ୍ୟକୁ ଆଧାରକୁ ନେଇ ଏହି ପ୍ରସ୍ତାବନା କରାଯାଇଛି ।

ସମ୍ବନ୍ଧିତ ଖବର