ପକ୍ସୋ ଅଧୀନରେ ଦୋଷୀର କ୍ଷମା ଆବେଦନ ଅଧିକାର ରହିବା ଉଚିତ ନୁହେଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କହିଛନ୍ତି , ମହିଳାଙ୍କ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ପକ୍ସୋ ଆ‌ଇନ ଅଧୀନରେ ଦୋଷୀର କ୍ଷମା ଆବେଦନ କରିବାର ଅଧିକାର ରହିବା ଉଚିତ ନୁହେଁ । କ୍ଷମା ଆବେଦନଗୁଡ଼ିକ ସଂସଦ ସମୀକ୍ଷା କରିବା ଉଚିତ। ସାମାଜିକ ପରିବର୍ତ୍ତନ ପାଇଁ ମହିଳା ସଶକ୍ତିକରଣ ଉପରେ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। କେବଳ ମହିଳା ସଶକ୍ତିକରଣ ଦ୍ବାରା ହିଁ ସମାନତା ଏବଂ ସଦ୍‌ଭାବନା ଉପରେ ଗଢ଼ି ଉଠୁଥିବା ସମାଜ ସମ୍ଭବପର ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏଦିଗରେ ଅନେକ କାର୍ଯ୍ୟପନ୍ଥା ଗ୍ରହଣ ହୋଇଥିଲେ ମଧ୍ୟ ଆହୁରି ଅନେକ କାର୍ଯ୍ୟ ବାକି ରହିଯାଇଛି ବୋଲି ସେ କହିଛନ୍ତି। ମହିଳାଙ୍କ ଉପରେ ‌ହେଉଥିବା ବର୍ବର ଆକ୍ରମଣ ଦେଶର ସାମୂହିକ ବିବେକକୁ ଦୋହଲାଇ ଦେଇଛି। ପ୍ରତ୍ୟେକ ବାପା ମା’ ସେମାନଙ୍କ ସନ୍ତାନ ମନରେ ମହିଳାଙ୍କ ପାଇଁ ସମ୍ମାନ ସୃଷ୍ଟି କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର