ବିହାରର ସବୁ ଆଶ୍ରୟସ୍ଥଳରେ ଦୁଷ୍କର୍ମ: ଟିଆଇଏସ୍‌ଏସ୍‌

ପାଟନା: ବିହାରରେ ଥିବା ସମସ୍ତ ଆଶ୍ରୟସ୍ଥଳରେ ନାବାଳିକା ବା ମହିଳାମାନଙ୍କୁ ଦୁଷ୍କର୍ମ କରାଯାଇଛି। କେଉଁଠି କମ୍‌ ସଂଖ୍ୟକ ନାବାଳିକା ତ କେଉଁଠି ଅଧିକ ନାବାଳିକା ଏଭଳି ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। କିନ୍ତୁ ସବୁଠି ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି। ଆଶ୍ରୟସ୍ଥଳ ସମୀକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (ଟିଆଇଏସ୍‌ଏସ୍‌) ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏଭଳି ଦର୍ଶାଯାଇଛି। ଚଳିତବର୍ଷ ଏପ୍ରିଲ୍‌ରେ ଟିଆଇଏସ୍‌ଏସ୍‌ ଏହାର ରିପୋର୍ଟ ସମାଜ କଲ୍ୟାଣ ବିଭାଗକୁ ପ୍ରଦାନ କରିଥିଲା। ଉଲ୍ଲେଖଯୋଗ୍ୟ, ବିହାର ମୁଜାଫରପୁର ଆଶ୍ରୟସ୍ଥଳ ନାବାଳିକା ଦୁଷ୍କର୍ମ ଘଟଣାର ପର୍ଦାଫାସ ପ୍ରଥମେ ଏହି ସଂସ୍ଥା କରିଥିଲା। ଆଶ୍ରୟସ୍ଥଳରେ ଥିବା ୪୨ ଜଣ ନାବାଳିକାଙ୍କ ମଧ୍ୟରୁ ୩୪ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର