ବିଜେପି ବିଧାୟକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଦୁଷ୍କର୍ମ ପରର ଘଟଣା ବଖାଣିଲେ

ଲକ୍ଷ୍ମୌ: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାର ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ଦୁଷ୍କର୍ମକାରୀ ବିଧାୟକଙ୍କ ନାମ କୁଲଦୀପ ସିଂହ ସେଙ୍ଗର। ପୀଡିତା ଦୁଷ୍କର୍ମକାରୀ ବିରୋଧରେ ଯେତେବେଳେ ମାମଲା ରୁଜୁ କରିବା ପାଇଁ ଯାଇଥିଲେ ସେତେବେଳେ କୁଲଦୀପ ତାଙ୍କୁ ବିଭିନ୍ନ ପ୍ରକାର ଧକମ ଚମକ ଦେଇଥିଲା। କେବଳ ଏତିକି ନୁହେଁ ନିଜର ବିଧାୟକପଦ ବଳରେ ପୀଡିତାଙ୍କ ପରିବାରଲୋକଙ୍କ ନାମରେ କୁଲଦୀପ ମିଥ୍ୟା ମାମଲା ରୁଜୁ କରିଥିଲା। ଫଳରେ ପୀଡିତା ପିତାଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା।

ପୀଡିତା ଅନେକ ଚେଷ୍ଟା କରିବା ପରେ ବି ତାଙ୍କୁ ନ୍ୟାୟ ମିଳି ନଥିଲା। ତେଣୁ ସେ ତାଙ୍କ ପରିବାରଙ୍କ ସହିତ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଗତ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିବାସରେ ପହଞ୍ଚଥିଲେ। ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ। ତେବେ ସୋମବାର ଉକ୍ତ ପୀଡିତା ପିତାଙ୍କ ଜେଲରେ ମୃତ୍ୟୁ ହୋଇଥିବା ଖବର ମିିଳିଛି। ଏହି ଘଟଣାକୁ ନେଇ ପୁଲିସ କଡ଼ାକଡ଼ି ଯାଞ୍ଚ କରିଥିଲା। ଫଳରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରିବା ସହିତ ବିଜେପି ବିଧାୟକଙ୍କ ୪ସମର୍ଥକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ବିନିତ ମିଶ୍ରା, ଶୈଳୁ, ସୋନୁ ଓ ବଉବା ବୋଲି ଜଣାପଡ଼ିଛି।


ତେବେ ଏହି ଘଟଣାକୁ ନେଇ ପୀଡିତା ବିଜେପି ବିଧାୟକ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ‘କୁଲଦୀପ ସିଂହ ସେଙ୍ଗର କାରଣରୁ ମୁଁ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲି। ବିଧାୟକ ତାଙ୍କ କେତେଜଣ ସାଙ୍ଗ ସହିତ ୨୦୧୭ ଜୁନ୍‌ରେ ମୋ ସହିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ମୋ ଆଖିରୁ ଲୁହ ପୋଛି ବଡ଼ ଚାକିରି ଦେବେ ବୋଲି କହିଥିଲେ। ଯେତେବେଳେ ମୁଁ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିବା ପାଇଁ ଯାଇଥିଲି, କୁଲଦୀପ ମାମଲା ଫେରାଇ ନେବା ପାଇଁ ଧକମ ଦେଇଥିଲେ। ନହେଲେ ମୋର ପିତା ଓ ଚାରିବର୍ଷର ଭାଇକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ଘଟଣା ପରେ ମୁଁ ଘରକୁ ଗଲି ଓ ଚୁପ୍‌ଚାପ୍‌ ରହିଥିଲି। ଏହାପରେ ବି ବିଧାୟକ ମୋ ପିଛା ଛାଡ଼ି ନଥିଲେ। ମୋତେ ଧମକ ଚମକ ଦେଇ ବାହାରକୁ ଡାକି ଅପହରଣ କରି ପାନୀୟରେ ନିଶା ଦ୍ରବ୍ୟ ମିଶାଇ ମୋ ସହିତ ଲଗାତର ଦୁଷ୍କର୍ମ କରି ଚାଲିଥିଲେ।’

ସମ୍ବନ୍ଧିତ ଖବର