ମୂଷା ପକୋଡ଼ା କେବେ ଖାଇଛନ୍ତି କି, ସ୍ଵାଦରେ ଚିକେନକୁ ବି ଟପିଯିବ !

କାମ୍ବୋଡ଼ିଆ: ବଡ ଚୁଲା, ଏହାରି ଉପରେ ଶହ ଶହ ସଂଖ୍ୟାରେ ମୃତ ମୂଷା | ମସଲା ଦିଆଯାଇଥିବା ମୂଷାଙ୍କୁ ଗରମ କରି ପ୍ରସ୍ତୁତ କରାଯାଏ ଏହି ମୂଷା ପକୋଡ଼ା | କଥାଟି ଆପଣଙ୍କୁ ଟିକେ ଅଜବ ଲାଗୁଥାଇପାରେ କିନ୍ତୁ ଏକଥାଟି ଏକଦମ ସତ | କାମ୍ବୋଡ଼ିଆରେ ଏହି ଖାଦ୍ୟର ଚାହିଦା କାହିଁରେ କଣ | ଏଠାକାର ଲୋକ ଚିକେନ ଅପେକ୍ଷା ମୂଷା ପକୋଡ଼ାକୁ ଖାଇବାକୁ ପସନ୍ଦ କରିଥାନ୍ତି |

ଲୋକଙ୍କର ବିଶ୍ୱାସ ରହିଛି ଚିକେନ ଅପେକ୍ଷା ଏଥିରେ ଅଧିକ ପ୍ରୋଟିନ ଥାଏ ଓ ଚିକେନଠାରୁ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ | କାମ୍ବୋଡିଆର ବଟମବଙ୍ଗ ଅଞ୍ଚଳରେ ଏହି ମୂଷାକୁ ପକୋଡ଼ା କରି ଖିଆଯାଇଥାଏ | ଟମାଟୋ ସସ ସହ ଲଙ୍କା ଚଟଣି ଲଗାଇ ପକଡାକୁ ଆଗ୍ରହର ସହ ଲୋକ ଖାଉଥିବାବେଳେ ଏଠାରେ କହିରଖୁଛୁ ଏହି ମୂଷା ଏକ ଭିନ୍ନ ଧରଣର |

Photo-AFP

ଏହି ପ୍ରଜାତି ମୂଷାର ନାମ ବରବେକ୍ୟୁଡ଼ ଫିଲଡ ହୋଇଥିବାବେଳେ ମୂଷା ପିଛା ମୂଲ୍ୟ ୧ ଡଲାର ହୋଇଥାଏ | ୧୯୭୦ ମସିହାରୁ ଏଭଳି ଖାଦ୍ୟ ଖିଆଯାଉଥିବାର କିଛି ଲୋକ କହିଥିବାବେଳେ ବିଶେଷ କରି ଶ୍ରମିକ ବର୍ଗର ଲୋକ ଏହାକୁ ଖାଉଥିବାର ଦେଖିବାକୁ ମିଳେ | ନିମ୍ନରେ ଏହାର ଭିଡିଓ ଦେଖନ୍ତୁ |

ସମ୍ବନ୍ଧିତ ଖବର