କୋର୍ଟ ଚାମ୍ବର୍‌ରେ ବିଚାରପତିଙ୍କୁ ଦଂଶିଲା ଢମଣା

ନଓ୍ଵି ମୁମ୍ବାଇ: ମଙ୍ଗଳବାର ପ୍ରାୟ ସାଢ଼େ ଏଗାରଟା ବେଳେ ପାନ୍‌ବେଲ୍‌ କୋର୍ଟରେ ଜଣେ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ୍‍ କ୍ଲାସ୍‌ଙ୍କୁ (ଜେଏମ୍‌ଏଫ୍‌ସି) ଗୋଟାଏ ଢାମଣା ଦଂଶନ କରିଛି।

ପୁରଣା ପାନବେଲ୍‌ ଅନ୍ତର୍ଗତ ବନ୍ଦର ରୋଡ୍‌ର ପୁରୁଣା ଅଦାଲତରେ ତାଙ୍କ ଜଜ୍‌ ଥିବା ବେଳେ ଏ ଭଳି ଘଟଣା ଘଟିଛି। ପାନ୍‌ବେଲ୍‌ ବାର୍‌ ଆସୋସିଏସନ୍‌ର ସଭାପତି ଆଡ୍‌ଭୋକେଟ୍‌ ମନୋଜ ଭୁଜବଳ କହନ୍ତି: ପ୍ରାୟ ସାଢ଼େ ଏଗାରଟା ବେଳେ ଜେଏମ୍‌ଏଫ୍‌ସି ସି. ପି. କାଶିଦଙ୍କ ଡାହାଣ ହାତରେ ଗୋଟାଏ ବିଷହୀନ ସର୍ପ ଦଂଶନ କରିଛି। ତାଙ୍କୁ ପ୍ରଥମେ ପାନ୍‌ବେଲ୍‌ ସବ୍‌-ଡିଭିଜ୍‌ନାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା, କିନ୍ତୁ ପରେ ପୁଣି ପୁରୁଣା ପାନ୍‌ବେଲ୍‌ସ୍ଥିତ ଗାନ୍ଧୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଗଲା। ସନ୍ଧ୍ୟା ପାଖାପାଖି ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
ପରେ ଜଣେ ସାପଧରାଳି ଡକାଯାଇ ସେ ସାପକୁ ଧରି ବଣରେ ଛାଡ଼ି ଦିଆଯାଇଥିଲା।

ପାନ୍‌ବେଲ୍‌ ସବ୍‌-ଡିଭିଜ୍‌ନାଲ୍‌ ହସ୍‌ପିଟାଲ୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ନାଗନାଥ ୟେମ୍ପାଲେ କହନ୍ତି: ଚିକିତ୍ସା ପାଇଁ ଜଜ୍‌ ଆସିଥିଲେ କିନ୍ତୁ, ଅନ୍ୟ କୌଣସି ଡାକ୍ତରଖାନାକୁ ଚାଲି ଗଲେ। ଜେଏଫ୍‌ଏମ୍‌ସିଙ୍କୁ ଭେଟିଥିବା ପାନ୍‌ବେଲ୍‌ ସିନିୟର୍‌ ଇନ୍‌ସ୍‌ପେକ୍ଟର୍‌ ବିନୋଦ ଚବନ କହନ୍ତି: କୌଣସି ଅଭିଯୋଗ ଦାଏର କରାଯାଇ ନାହିଁ, କିନ୍ତୁ ସର୍ପାଘାତ ସମ୍ପର୍କରେ ଖବର ପାଇଁ ମୁଁ ଅନଔପଚାରିକ ଭାବେ ତାଙ୍କୁ ଭେଟିବାକୁ ଯାଇଥିଲି।
ଆଡ୍‌ଭୋକେଟ୍‌ ଆର୍‌ କେ ପାଟିଲ୍‌ ସାପ ଧରାଳି ଆଡ୍‌ଭୋକେଟ୍‌ ଦୀପକ ଠାକୁରଙ୍କୁ ଡାକିଥିଲେ।

କୋର୍ଟ ଟୁ’ରେ ଘଟନା ସଂକ୍ରାନ୍ତରେ ରିପୋର୍ଟ ହୋଇଥିଲା। ଅଦାଲତ କୋଠାଟି ଅତି ପ୍ରାଚୀନ ହୋଇଥିବାରୁ କିଛି ଅଂଶ ଅଶୋକବାଗସ୍ଥିତ ନୂଆ କୋଠାକୁ ଉଠି ଯାଇଛି। ଏହା ଗୋଟାଏ ନାଳ ପାଖରେ ଅବସ୍ଥିତ ଏବଂ ପଛରେ ବଡ଼ ପଡ଼ିଆ ରହିଛି।

ସମ୍ବନ୍ଧିତ ଖବର