ପୁଲିସ୍‌ ଜବତ କରୁଥିବା ଡ଼୍ରଗ୍ସକୁ ଥାନାରେ ମୂଷା ଖାଇ ଦେଉଥିବା ଜାଣି ସ୍ଥାୟୀ ସମଧାନର ବାଟ ବାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯେତେବେଳେ କୌଣସି ନିଶାଜାତୀୟ ପଦାର୍ଥ ଜବତ କରାଯିବାର ମାମଲାର ଶୁଣାଣି ପାଇଁ ଅଦାଲତକୁ ଆସେ ସେତେବେଳେ ଅଧିକାଂଶ ସମୟରେ ଜବତ କରାଯାଇଥିବା ଡ଼୍ରଗ୍ସକୁ ମୂଷା ଖାଇ ଦେଇଥିବା କହିଥାନ୍ତି ପୁଲିସ ଅଧିକାରୀ । ବାରମ୍ବାର ଏଭଳି ସମସ୍ୟା ସାମ୍ନାକୁ ଆସୁଥିବା ବେଳେ ଗୁରୁବାର ଏ ନେଇ ସ୍ଥାୟୀ ସମାଧାନର ବାଟ ବାହାର କରିଛି ସୁପ୍ରିମକୋର୍ଟ । ପୁଲିସ ଷ୍ଟେସନରେ ସ୍ଥାନ ଅଭାବ ଥିବାରୁ ଏପରି ଘଟୁଥିବା ଜାଣି ସୁପ୍ରିମକୋର୍ଟ ପୁଲିସ ଷ୍ଟେସନ ପରିସରରୁ ସବୁ ଅଦରକାରୀ ଗାଡ଼ିକୁ ହଟାଇବା ପାଇଁ କହିଥିବା ଜଣାପଡ଼ିଛି ।

ଗୁରୁବାର ଏହି ମାମଲା ଉପରେ ଶୁଣାଣି କରାଯାଉଥିବା ବେଳେ କ’ଣ ପାଇଁ ଜବତ କରାଯାଇଥିବା ଗାଡ଼ି ମାଲିକର ପତ୍ତା ନ ମିଳିବା ପରେ ଏହାକୁ ନିଲାମ କରାଯାଉ ନାହିଁ ବୋଲି ପୁଲିସକୁ ପ୍ରଶ୍ନ କରିଥିଲା ସୁପ୍ରିମକୋର୍ଟ । ବିଚାରପତି ମଦନ ବି ଲୋକୁର,ଏସ୍‌ ଅବ୍‌ଦୁଲ ନଜିର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଜବତ କରାଯାଇଥିବା ଗାଡ଼ି ବର୍ଷ ବର୍ଷ ଧରି କ’ଣ ପାଇଁ ପୁଲିସ ଷ୍ଟେସନ ପରିସରରେ ରଖାଯାଉଛି । ଯଦି କୌଣସି ଜବତ କରାଯାଉଥିବା ଗାଡ଼ି ମାଲିକର ପତ୍ତା ମିଳୁ ନାହିଁ ତେବେ ତାହାକୁ ବିକ୍ରି କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାର ସମାଧାନ ପାଇଁ ଡ଼୍ରଗ୍ସକୁ ରଖିବା ପାଇଁ ଅଦରକାରୀ ଭାବରେ ପଡ଼ି ରହିଥିବା ଗାଡ଼ିକୁ ତୁରନ୍ତ ବିକ୍ରି କର ବୋଲି କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ।

Hindustan Times

ସୂଚନା ମୁତାବକ, ବର୍ଷ ବର୍ଷ ଧରି ଗାଡ଼ି ପଡ଼ି ରହୁଥିବାରୁ ଜବତ ଜିନିଷ ରଖିବା ପାଇଁ ଜାଗା ମିଳୁ ନାହିଁ । ଏଭଳି ପରିସ୍ଥିତିରେ କିଛି ପୁଲିସକର୍ମୀ ଜାଗା ଅଭାବକୁ ଦେଖି ଡ଼୍ରଗ୍ସକୁ ବିକ୍ରି କରି ଦେଉଛନ୍ତି । ଏ ସବୁ ସମସ୍ୟାକୁ ଦେଖି ପୁଲିସ ଷ୍ଟେସନ ପରିସରରେ ଅଦରକାରୀ ଭାବରେ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଡ଼୍ରଗ୍ସ ରଖିବା ପାଇଁ ଜାଗା ତିଆରି କରାଯାଉ ବୋଲି ଖଣ୍ଡପୀଠ ଘୋଷଣା କରିଛି ।

ସମ୍ବନ୍ଧିତ ଖବର