ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମନିଟାରି ପଲିସି କମିଟି ସୁଧହାର ୨୫ ବେସିସ୍ ପଏଣ୍ଟ୍ କମାଇ ୬. ୨୫% କରିଛନ୍ତି। ଏହା ଫଳରେ ବ୍ୟାଙ୍କ୍ ସବୁ ଗ୍ରାହକମାନଙ୍କୁ କମ୍ ସୁଧହାରରେ ଖାଉଟି ଓ ଗୃହ ଋଣ ଯୋଗାଇ ଦେଇ ପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶକ୍ତିକାନ୍ତ ଦାସ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଥମ ସମୀକ୍ଷା ବୈଠକ।
ଦାସଙ୍କ ନେତୃତ୍ୱଧୀନ ୬ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟି ରେପୋ ରେଟ୍ ବା ସର୍ଟ ଟର୍ମ ରେଟ୍, ଯେଉଁ ହାରରେ କେନ୍ଦ୍ରୀୟ ବ୍ୟାଙ୍କ୍ ଅନ୍ୟ ବ୍ୟାଙ୍କ୍ଗୁଡ଼ିକୁ ଋଣ ଦିଏ, ତାହାକୁ ୬. ୨୫%କୁ କମାଇ ଦେଇଛନ୍ତି। ଫଳତଃ, ଶତକଡ଼ା ସେହି ହାରରେ ରିଜର୍ଭ ରେପୋ ହାର ମଧ୍ୟ ୬%କୁ ହ୍ରାସ ପାଇଛି।
ଆର୍ଥିକ ବ୍ୟବସ୍ଥାରେ ୨୫ ବେସିସ୍ ପଏଣ୍ଟ୍ରେ ରେପୋ ରେଟ୍ ଦୁଇଗୁଣା ବଢ଼ାଇବା ପରେ ଗତ ତିନିଟି ଦ୍ୱିମାସିକ ନୀତି ସମୀକ୍ଷା ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ରେପୋ ହାରରେ ସ୍ଥିତାବସ୍ଥା ବଜାୟ ରଖି ଆସିଥିଲା।