ନଭେମ୍ବର ୧୯ ତାରିଖରେ ଇସ୍ତଫା ଦେଇ ପାରନ୍ତି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଉର୍ଜିତ ପଟେଲ୍‌

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖ ଦିନ କେନ୍ଦ୍ରୀୟ ବ୍ୟାଙ୍କ୍‌ର ପରବର୍ତ୍ତୀ ବୋର୍ଡ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଇସ୍ତଫା ଦେଇ ପାରନ୍ତି ବୋଲି ବୁଧବାର ଦିନ ଏକ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି।

ଆର୍‌ବିଆଇ କେତେ ମାତ୍ରରେ ସ୍ୱୟଂକ୍ରିୟତା ପାଇବା କଥା ସେ ସଂକ୍ରାନ୍ତରେ କିଛି ସପ୍ତାହ ହେବ ସରକାର ଓ ଆର୍‌ବିଆଇଙ୍କ ମଧ୍ୟରେ ବିବାଦ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ଆର୍‌ବିଆଇର ସର୍‌ପ୍ଲସ୍‌ ରିଜର୍ଭର ଋଣ ଉପରୁ କଟଣା ଉଠାଇ ତାହାକୁ ଅଧିକାର କରିବାକୁ ଚାହୁଁଛି।

କେନ୍ଦ୍ରୀୟ ବ୍ୟାଙ୍କ୍‌ର ସ୍ୱାଧୀନତା ଉପରେ ସଙ୍କୋଚନ କଲେ ପରିଣାମ ଭୟାବହ ହେବ ବୋଲି ଗତ ମାସରେ ରିଜର୍ଭ ବ୍ୟାଙ୍କ୍‌ର ଡେପୁଟି ଗଭର୍ନର୍‌ ଏକ ଭାଷଣରେ କହିବା ପରେ ବିବାଦ ଉଗ୍ର ରୂପ ଧରିଥିଲା।

ଯଦି ଏହି ବିବାଦ ଆହୁରି ତେଜେ ତେବେ ଆଗାମୀ ବୈଠକରେ ପଟେଲ୍‌ ଇସ୍ତଫା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ କହିଛନ୍ତି କି, ସରକାରଙ୍କ ସହ ଲଢ଼ି ସେ କ୍ଳାନ୍ତ ହୋଇ ପଡ଼ିଛନ୍ତି। ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।

ସମ୍ବନ୍ଧିତ ଖବର