ନିୟମର ଉଲ୍ଲଂଘନ ଅଭିଯୋଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୭ କୋଟି ଟଙ୍କାର ଜରିମାନା!

ନୂଆଦିଲ୍ଲୀ:  ଭାରତର ସବୁଠାରୁ ବଡ ସରକାରୀ ବ୍ୟାଙ୍କକୁ ଶକ୍ତ ଝଟକା ଲାଗିଛି। ଏହି ଝଟକା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ନେଇ ମିଳିଛି ସୂଚନା । ରିଜର୍ଭ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ପାଖାପାଖି ୭ କୋଟି ଟଙ୍କା ଜରିମାନା ଲଗାଇଛି । ଏହି ଜରିମାନା ଏନପିଏ ଏବଂ ଅନ୍ୟ କିଛି ନିୟମର ପାଳନ କରିନଥିବା କାରଣ ପାଇଁ ଏପରି କରାଯାଇଛି । କେବଳ ଏତିକି ନହେଁ ବରଂ ୟୁନିଅନ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା ଲାଗିଛି । କେନ୍ଦ୍ରୀୟ ବ୍ୟାଙ୍କର ଅନୁସାରେ ଏସବିଆଇ ଆଇଆରଏସି ନିୟମର ପାଳନ କରିନାହିଁ । ଏହାସହ ବ୍ୟାଙ୍କ ନୀତିଦିନ ଖୋଲାଯାଉଥିବା ଖାତା ଓ ତାହାର ପରିଚାଳନା ପାଇଁ ଥିବା ନିର୍ଦ୍ଦେଶନାମାର ଉଲଂଘନ ମଧ୍ୟ କରିଛି ।

photo–LiveMint

ଏହାସହ ଅନେକ ନିୟମକୁ ସଠିକ ଭାବରେ ପାଳନ କରିନଥିବା ମଧ୍ୟ ଏସବିଆଇ ନାମରେ ଅଭିଯୋଗ ରହିଛି । ତେବେ ଏହି ଅଭିଯୋଗ ହେବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ହୋଇଥିଲା ଓ ଏହାପରେ ବ୍ୟାଙ୍କକୁ ଏହି ନୋଟିସ ଦିଆଯାଇଛି । ତେବେ ଏହାପରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ଏହାସହ ସାଇବର ଆଇନର ନିୟମକୁ ସଠିକ ଭାବରେ ପାଳନ କରିନଥିବାରୁ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ମଧ୍ୟ ଜରିମାନା ଲଗାଇଛି । ଏହି ବ୍ୟାଙ୍କ ଉପରେ ପାଖାପାଖି ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ  କୁହାଯାଇଛି ଯେ, ଏହି ଜରିମାନ ଟଙ୍କା  ଜୁଲାଇ ୯ତାରିଖରେ ଲଗାଯାଇଛି ।

ସମ୍ବନ୍ଧିତ ଖବର