ସରକାରଙ୍କୁ ନିଜର ବଳକା ୧.୭୬ ଲକ୍ଷ କୋଟି ପ୍ରଦାନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ବହୁ ବାଦବିବାଦ ପରେ ଶେଷରେ ସରକାରଙ୍କୁ ନିଜର ବଳକା ଜମାରାଶି ପ୍ରଦାନ କରିବାକୁ ରାଜି ହୋଇଛି ରିଜର୍ଭ ବ୍ୟାଙ୍କ । ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକରେ ବିମଳ ଜଲାନ କମିଟି ରିପୋର୍ଟକୁ ଗ୍ରହଣ କରିବା ସହ ସରକାରଙ୍କୁ ମୋଟ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଏହି ରାଶିରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧.୨୩ ଲକ୍ଷ କୋଟି ଅନ୍ତର୍ଭୁକ୍ତ । ଅବଶିଷ୍ଟ ୫୨ ହଜାର କୋଟି ଟଙ୍କା ହେଉଛି ଆରବିଆଇ ସେଣ୍ଟ୍ରାଲ ବୋର୍ଡ ଦ୍ୱାରା ଧାର୍ଯ୍ୟ ସଂଶୋଧିତ ଇକୋନୋମିକ କ୍ୟାପିଟାଲ ଫ୍ରେମଓ୍ଵାର୍କ (ଇସିଏଫ)ର ବଳକା ରାଶି ।

ସମ୍ବନ୍ଧିତ ଖବର