ଆତ୍ମହତ୍ୟା କରିବା ପରେ ଡ଼ାକ୍ତର କହିଲେ ମୃତକ ଯୁବକ ନୁହନ୍ତି ଯୁବତୀ! ପୁଲିସ ଏବଂ ପରିବାର ଲୋକଙ୍କ ଉଡ଼ିଗଲା ହୋସ, ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ଡେରାବସ୍ସି(ପଞ୍ଜାବ) : ପଞ୍ଜାବର ଡେରାବସ୍ସିରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜନ୍ମ ପରେ ନୁହେଁ, ବରଂ ୨୨ବର୍ଷ ବୟସରେ ଆତ୍ମହତ୍ୟା କରିବା ପରେ ମୃତକ ଯୁବକ ନୁହଁନ୍ତି ବରଂ ଯୁବତୀ ବୋଲି ଜଣା ପଡ଼ିଛି । ଡ଼ାକ୍ତରଙ୍କଠାରୁ ଏକଥା ଶୁଣି ମୃତଦେହ ଉଦ୍ଧାର କରିଥିବା ପୁଲିସ ସମେତ ପରିବାର ଲୋକଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । ପ୍ରଥମେ ମୃତକ କବୀର ରାୟ ନିଜେ ଜଣେ ଯୁବତୀ ବୋଲି ଜାଣି ଆତ୍ମହତ୍ୟା କରିଥିବା କଥା ପୁଲିସ ଭାବୁଥିବା ବେଳେ ପରେ ସୁଇସାଇଡ୍‌ ନୋଟ୍‌ରେ ଏହା ଭୁଲ ପ୍ରମାଣିତ ହୋଇଥିଲା । ପ୍ରେମିକାଙ୍କ ମୃତ୍ୟୁ ହେବା ପରେ ଦୁଃଖକୁ ସହି ନ ପାରି କବୀର ଆତ୍ମହତ୍ୟା କରିଥିବା କଥା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ । ଏହା ସହ ତାଙ୍କ ଅସ୍ଥିି ପ୍ରେମିକାଙ୍କ ଅସ୍ଥି ବିସର୍ଜନ କରାଯାଇଥିବା ସ୍ଥାନରେ କରିବା ପାଇଁ ମଧ୍ୟ ସେ ଲେଖିଥିଲେ ।

ତେବେ କବୀର କ’ଣ ପାଇଁ ନିଜ ଲିଙ୍ଗକୁ ନେଇ ପରିବାରକୁ ଲୁଚାଇଥିଲେ ତାହା ଏବେ ପୁଲିସ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ପାଲଟିଛି । ଶନିବାର ଡ଼ାକ୍ତର କବୀରଙ୍କୁ ଯୁବତୀ ବୋଲି କହିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ପରିବାର ଲୋକେ ।

AI News

ଖାସ୍‌ କରି କବୀରଙ୍କ ଭଉଣୀ ଏହାକୁ ଗ୍ରହଣ କରି ପାରି ନାହାନ୍ତି । ଏତେ ବର୍ଷ ରହିବା ପରେ ମୁଁ କବୀର ମୋ ଭାଇ ନୁହେଁ ଭଉଣୀ ବୋଲି ଜାଣି ପାରି ନଥିଲି । କିନ୍ତୁ ଶବ ବେବଚ୍ଛେଦ ପରେ ଡ଼ାକ୍ତରଙ୍କ କଥା ମୋତେ ଆଶ୍ଚର୍ଯ୍ୟ କରିଥିଲା । ଯାହା ପରେ ମୁଁ ଯାଇ କବୀରଙ୍କ ଉପରୁ କପଡ଼ା ହଟାଇ ଦେଖିବା ପରେ ସେ ଯୁବତୀ ଥିଲେ ବୋଲି ଜାଣିଥିଲି । କିନ୍ତୁ ସେ ଏକଥା ଆମ ସମସ୍ତଙ୍କୁ କ’ଣ ପାଇଁ ଲୁଚାଇଥିଲେ,ତାହା ମୁଁ ଜାଣି ପାରୁ ନାହିଁ ବୋଲି କବୀରଙ୍କ ଭଉଣୀ କହିଛନ୍ତି । ଏବେ ଉଠୁଥିବା ଏହି ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର