କାରର ପଛ ସିଟରେ ବସିଲେ ବି ବାନ୍ଧନ୍ତୁ ସିଟବେଲ୍ଟ, ନଚେତ ଦେବାକୁ ପଡିବ ଫାଇନ

ନୂଆଦିଲ୍ଲୀ: କାରର ପଛସିଟରେ ବସୁଥିଲେ ସିଟ ବେଲ୍ଟ ବାନ୍ଧିବା ଆବଶ୍ୟକ ନାହିଁ ବୋଲି ଆପଣ ଭାବୁଛନ୍ତି କି ? ଯଦି ଏପରି କିଛି ଭାବୁଛନ୍ତି ଓ ବିନା ସିଟ ବେଲ୍ଟରେ ବସୁଛନ୍ତି ତେବେ ଆପଣ ବି ଦେଇପାରନ୍ତି ଫାଇନ | ଏଠାରେ ସୂଚନା ଥାଉ କି ମୋଟର ଯାନ ଆଇନରେ ପଛରେ ବସିଲେ ବି ସିଟ ବେଲ୍ଟ ବାନ୍ଧିବା ନେଇ ୨୦୦୪ରୁ ରହିଛି | ୨୦୦୫ ମସିହାରୁ ଏହି ନିୟମକୁ ଲାଗୁ କରାଯାଇଥିବାବେଳେ ପଛସିଟରେ ବସିଲେ ମଧ୍ୟ ସିଟ ବେଲ୍ଟ ପିନ୍ଧିବା ଆବଶ୍ୟକ ବୋଲି ନିୟମ ରହିଛି |

ମୋଟର ଯାନ ନିୟମ ଅନୁଯାୟୀ ପଛ ସିଟରେ ବସି ସିଟ ବେଲ୍ଟ ବାନ୍ଧିନଥିଲେ ଆପଣ ୧ହଜାର ତାଙ୍କର ଜରିମାନା ଦେବେ | ରିୟର ସିଟବେଲ୍ଟ ନିୟମ ପୂର୍ବରୁ ଥିବାରୁ କାର କମ୍ପାନୀମାନେ ମଧ୍ୟ ପଛ ସିଟରେ ସିଟବେଲ୍ଟ ଦେଇଆସୁଛନ୍ତି |

ତେବେ ଯେଉଁମାନଙ୍କ ପାଖରେ ପୁରୁଣା ମଡେଲର କାର ରହିଛି ଓ ସିଟବେଲ୍ଟର ବ୍ୟବସ୍ଥା ନାହିଁ ସେମାନଙ୍କ ପାଖରୁ ଜରିମାନା ଆଦାୟ କରାଯିବ ନାହିଁ | ଏଠାରେ ସୂଚନା ଥାଉ କି ଗତ ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ୍‌ । ଏହି ନୂଆ ନିୟମ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର