ରେକର୍ଡ: ୪୫ ଦିନରେ କେଦାରନାଥ ଦର୍ଶନ କଲେ ୭. ୩ ଲକ୍ଷ ଯାତ୍ରୀ

ଡେରାଡୁନ୍‌: ଏ ବର୍ଷ ଚାର ଧାମ ଯାତ୍ରାରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ମାତ୍ର ୪୫ ଦିନରେ ସାତ ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀ ଉତ୍ତରାଖଣ୍ଡସ୍ଥିତ କେଦାରନାଥ ପୀଠ ଦର୍ଶନ କରିଛନ୍ତି। ୨୦୧୩ରେ ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଜୀବନହାନି ହୋଇଥିବା ଏହି ହିମାଳୟ ଧର୍ମପୀଠର ଇତିହାସରେ କେବେ ଏତେ ସଂଖ୍ୟକ ଯାତ୍ରୀ ଆସିଥିବା ରେକର୍ଡ କରାଯାଇ ନାହିଁ। ୨୦୧୮ ମସିହାରେ ଏହି ଛଅମାସିଆ ଯାତ୍ରାରେ ୭. ୩୨ ଲକ୍ଷ ଯାତ୍ରୀ ତୀର୍ଥାଟନରେ ଆସିଥିଲେ, କିନ୍ତୁ ଏ ବର୍ଷ ମାତ୍ର ୪୫ ଦିନରେ ୭. ୩୫ ଲୋକ ଯାତ୍ରାରେ ଆସି ସାରିଲେଣି।

ପୂର୍ବରୁ ଥରେ କେଉଁ ଦିନ ଏଠାକୁ ୩୬ ହଜାର ଯାତ୍ରୀ ଆସିଥିଲେ। କିନ୍ତୁ ଗତ ଜୁନ୍‌ ୭ ତାରିଖରେ କେଦାରନାଥରେ ୩୬, ୧୭୯ ଜଣ ଯାତ୍ରୀ ଆସି ପୂଜାର୍ଚ୍ଚନା କରିଥିବା ବେଳେ ଜୁନ୍‌ ୧୦ ତାରିଖରେ ୩୬, ୨୧ ଜଣ ଯାତ୍ରୀ ଦର୍ଶନ କରିଥିଲେ। ମନ୍ଦିର କର୍ତ୍ତୃପକ୍ଷମାନେ କହୁଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବରାବର କେଦାରନାଥ ମନ୍ଦିର ଦର୍ଶନରେ ଆସୁଥିବାରୁ ତାଙ୍କୁ ଅନୁସରଣ କରି ଏତେ ସଂଖ୍ୟକ ଲୋକେ ଆସୁଛନ୍ତି।

ବଦ୍ରି-କେଦାରନାଥ ମନ୍ଦିର କମିଟିର ସିଇଓ ବିଡି ସିଂହ କହନ୍ତି: ଆହୁରି ପାଞ୍ଚ ମାସ ଅଛି। ଆମର ଆଶା ଅକ୍ଟୋବର ଶେଷ ସୁଦ୍ଧା ଯାତ୍ରୀ ସଂଖ୍ୟା ୧୫ ଲକ୍ଷ ଟପି ଯାଇ ପାରେ।

ସମ୍ବନ୍ଧିତ ଖବର