ସତରେ କଣ ନିରବ ମୋଦି ଗିରଫ ହେବ ? ରେଡ କର୍ଣ୍ଣର ନୋଟିସ ଜାରି ହେଲେ କଣ ହୁଏ ?

ନୂଆଦିଲ୍ଲୀ : ବହୁ କୋଟି ଟଙ୍କାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ଭାରତୀୟ ତଦନ୍ତ ଏଜେନ୍ସି ସିବିଆଇ ଖୋଜୁଛି । ସିବିଆଇର ଅନୁରୋଧ କ୍ରମେ ଅନ୍ତର୍ଜାତୀୟ ପୋଲିସ ସଂଗଠନ ଇଣ୍ଟରପୋଲ ନିରବ ବିରୋଧରେ ରେଡକର୍ଣ୍ଣର ନୋଟିସ ଜାରି କରିଛି । ଏହା ଫଳରେ ନିରବ ମୋଦି ଗିରଫ ହେବାର ସମ୍ଭାବନା ବଢିଯାଇଛି । କିନ୍ତୁ ଏହା କଣ କୁହାଯାଇପାରିବ ଯେ ଏବେ ନିରବ ମୋଦି ଗିରଫ ହେବ ନିଶ୍ଚିତ ବୋଲି ? ପ୍ରକୃତ କଥା ହେଉଛି ଇଣ୍ଟରପୋଲ ଜଣେ ଅପରାଧୀ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଅର୍ଥ ନୁହେଁ ଉକ୍ତ ଅପରାଧୀ ଗିରଫ ହେବା ନିଶ୍ଚିତ । ରେଡ କର୍ଣ୍ଣର କେବଳ ଏକ ନୋଟିସ । ଇଣ୍ଟରପୋଲର ଏକ ସଦସ୍ୟ ଦେଶ ଏହି ନୋଟିସକୁ ଅନୁସରଣ କରି ସଂପୃକ୍ତ ଅପରାଧୀକୁ ଗିରଫ କରିବାକୁ ବାଧ୍ୟ ନୁହଁନ୍ତି । ଯଦି ଉକ୍ତ ଦେଶର ଆଇନ ଅନୁମତି ଦିଏ , ତେବେ ଉକ୍ତ ଦେଶ ଅପରାଧୀକୁ ଗିରଫ କରିପାରେ ବା ନ କରିପାରେ । ଏବେ ଇଣ୍ଟରପୋଲର ୧୯୨ଟି ସଦସ୍ୟ ଦେଶ ଅଛନ୍ତି । ସେଥିରେ ଭାରତ ଓ ବେଲଜିୟମ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ରେଡ କର୍ଣ୍ଣର ଜାରି ହେଲେ ଗୋଟିଏ ଅପରାଧୀ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହୁଏ । ଏଣୁ ଅପରାଧୀକୁ ବିଭିନ୍ନ ଦେଶକୁ ପଳାୟନ କରିବା କଷ୍ଟକର ହୋଇପଡେ ।

ସମ୍ବନ୍ଧିତ ଖବର