୧୦ ଟଙ୍କିଆ କଏନ୍‌ ନେବାକୁ ମନା କରିବାରୁ ଦୋକାନୀଙ୍କୁ ଏଭଳି ଦଣ୍ଡ ଦେଲେ ଅଦାଲତ

0 1,081

ମୁରୈନା : ଏଭଳି ଘଟଣା ଆପଣମାନଙ୍କ ସହ ନିଶ୍ଚୟ ଘଟିଥିବ । କେବେ ଟଙ୍କିକିଆ ତ କେବେ ୧୦ଟଙ୍କିଆ କଏନ୍‌ ନେବା ପାଇଁ ଦୋକାନୀ ବା ଅଟୋବାଲା ମନା କରି ଦେଇଥାନ୍ତି । ଚଳୁନି ବୋଲି କହି ସେମାନେ ଆପଣଙ୍କଠାରୁ ସେ ଟଙ୍କା ନିଅନ୍ତି ନାହିଁ । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ମୁରୈନାରେ । ଯେଉଁଠି ଜଣେ ଦୋକାନୀଙ୍କୁ ୧୦ଟଙ୍କିଆ କଏନ୍‌ ନେବାକୁ ମନା କରିବା ଭାରୀ ପଡ଼ିଛିି । ଜିନିଷ କିଣିବାକୁ ଯାଇଥିବା ବେଳେ ଦୋକାନୀଙ୍କୁ ଗରାଖ ୧୦ଟଙ୍କିଆ କଏନ୍‌ ଦେବା ପରେ ସେ ଏହାକୁ ନେବା ପାଇଁ ମନା କରି ଦେଇଥିଲେ । ଏହା ଜାଣି ଗ୍ରାହକ ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଏହି ମାମଲା ଉପରେ ଶୁଣାଣି କରି ଅଦାଲତ ଦୋକାନୀଙ୍କୁ ୨୦୦ଟଙ୍କା ଜରିମାନା ଦେବାକୁ କହିଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଆକାଶ ନାମକ ଜଣେ ଯୁବକ ଏକ ରୁମାଲ କିଣିବା ପାଇଁ ପାରସ ଏମ୍ପୋରିୟମ ନାମକ ଏକ ଦୋକାନକୁ ଯାଇଥିଲା । ରୁମାଲ କିଣିବା ପରେ ସେ ଦୁଇଟି ୧୦ଟଙ୍କିଆ କଏନ୍‌ ଦେବା ପରେ ଦୋକାନୀ ଅରୁଣ ଜୈନ ଏ କଏନ୍‌ ଆଉ ଚଳୁ ନାହିଁ ବୋଲି କହିଥିଲେ । ଯାହା ପରେ ଆକାଶ ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.