ସହିଦ ମେଜରଙ୍କ ସଂପର୍କୀୟ କହିଲେ ସରକାର ପ୍ରତିଶୋଧ ନିଅନ୍ତୁ , ପାକିସ୍ତାନକୁ କଡ଼ା ଜବାବ ଦିଅନ୍ତୁ

ଜମ୍ମୁ: ଜମ୍ମୁ- କଶ୍ମୀରର ଅନ୍ତନନାଗ ଠାରେ ଗତକାଲି ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଏକ ଏନ୍କାଉଣ୍ଟରରେ ଜଣେ ସେନା ମେଜର ସହିଦ ହୋଇଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିସହ ସେନା ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।

ସହିଦ ମେଜରଙ୍କ ଘର ଉତ୍ତର ପ୍ରଦେଶର ମେରଠରେ ବୋଲି ଜଣାଯାଇଛି । ଏହି ଘଟଣାରେ ପରିବାର ଲୋକେ ମର୍ମାହତ । ସେମାନେ କହିଛନ୍ତି ଯେ, ସରକାର ପଡୋଶୀ ପାକିସ୍ତାନକୁ କଡ଼ା ଜବାବ ଦିଅନ୍ତୁ । ମେଜରଙ୍କ ସଂପର୍କୀୟ ଅଶୋକ ଶର୍ମା କହିଛନ୍ତି, ସରକାର ପ୍ରତିଶୋଧ ନିଅନ୍ତୁ । କେତନଙ୍କୁ ମନେ ପକାଇ ତାଙ୍କର ବନ୍ଧୁ ମେଜର ଆଦିତ୍ୟ ମଲ୍ଲିକ କହିଛନ୍ତି, କିଛି ଦିନ ପୂର୍ବରୁ କେତନଙ୍କ ଝିଅର ଜନ୍ମଦିନ ପାଳନ କରିଥିଲୁ । ଆମେ ସମସ୍ତେ ଏକାଠି ଥିଲୁ । ଆମେ ବହୁତ ଖୁସି ଥିଲୁ । କେତନ ଜଣେ ସହୃଦୟ ବ୍ୟକ୍ତି ଥିଲେ ବୋଲି ଆଦିତ୍ୟ କହିଛନ୍ତି । ମନରେ କେବେ କଷ୍ଟ ନଥିଲା । ଏହି ଘଟଣାକୁ ନେଇ ମେଜରଙ୍କ ଘରେ ଶୋକର ପରିବେଶ ଦେଖିବାକୁ ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ ଦକ୍ଷିଣ କଶ୍ମୀର ଅନ୍ତନାଗ ଜିଲ୍ଲାର ଆଛାବଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ସେନା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନିଆଯିବା ସହ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା।

photo-oneindia

ଏହି ସମୟରେ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ସେନା ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ମେଜରଙ୍କ ସମେତ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ସେନା ମେଜର ସହିଦ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର