୬ ମାସ ହେଲାଣି ସମୁଦ୍ରରେ ହଜିଯାଇଛନ୍ତି ସମ୍ପର୍କୀୟ, କାନ୍ଦି କାନ୍ଦି ଉଦ୍ଧାର କରିବାକୁ ନିବେଦନ

ଦାଦନର କରୁଣ କାହାଣୀ, କୁଆଡେ ଗଲେ ପରିବାର ସଦସ୍ୟ

ନୂଆଦିଲ୍ଲୀ: ୬ ମାସ ହେଲାଣି ଆଖିରୁ ଶୁଖୁନି ଲୁହ, କାରଣ ସମୁଦ୍ରରେ ହଜିଯାଇଛନ୍ତି ପରିବାରର ସଦସ୍ୟ | ଜଣେ କି ଦି ଜଣ ନୁହେଁ ବରଂ ୨୪୩ ଜଣ ସଦସ୍ୟଙ୍କୁ ନେଇ ଯାଇଥିବା ବୋଟ କୁଆଡେ ଯାଇଛି ମିଳିପାରୁନି ଖୋଜଖବର | ଯାହାକୁ ନେଇ ଆଜି ନୂଆଦିଲ୍ଲୀରେ ପହଞ୍ଚିଥିଲେ କେରଳର କିଛି ପରିବାର | କାନ୍ଦି କାନ୍ଦି ତାଙ୍କ ପରିବାର ସଦସ୍ୟଙ୍କୁ ଖୋଜିବାକୁ ଅନୁରୋଧ କରିଛନ୍ତି |

 

 

ମିଳିଥିବା ସୂଚନା ମୁତାବକ କେରଳର କୋଚିରୁ କିଛି ପୁରୁଷ ଓ ମହିଳାଙ୍କୁ ଚାଲାଣ କରାଯାଇଥିଲା | ଏଭଳି ଏକ ରାକେଟ ୨୪୩ ଜଣ ଲୋକଙ୍କୁ ଏହାର ଶିକାର କରିଥିଲା | ସମୁଦ୍ର କୂଳରେ ଏହି ୨୪୩ ଜଣଙ୍କ ମଧ୍ୟରୁ କିଛି ଜଣଙ୍କର ପୋଷାକ ଓ ଜୋତା ମିଳିଥିଲା | କିନ୍ତୁ ଏପର୍ଯ୍ୟନ୍ତ ଏହି ସବୁ ସଦସ୍ୟଙ୍କ ସହ କାହାର ବି ଯୋଗାଯୋଗ ହୋଇପାରିନାହିଁ |

 

ପରିବାର ସଦସ୍ୟଙ୍କ କହିବା ମୁତାବକ ଭଲ ରୋଜଗାର କରିବା ଆଶାରେ ବିଦେଶକୁ ବୋଟ ମାଧ୍ୟମରେ ଯିବାକୁ ଦଲାଲ ସେମାନଙ୍କୁ କହିଥିଲା | ୫ ମାସରୁ ଅଧିକ ଦିନ ବିତିଯାଇଥିଲେ ବି କୌଣସି ଖୋଜଖବର ନ ମିଳିବାରୁ ଏବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସମ୍ପର୍କୀୟ |

ସମ୍ବନ୍ଧିତ ଖବର