ଦିଲ୍ଲୀରେ ଲୁଚିଛନ୍ତି ୩ଜଣ ଆତଙ୍କବାଦୀ, ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ ଜାରି
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅର୍ଥାତ୍ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଦିଲ୍ଲୀର ଜାମା ମସ୍ଜିଦ୍ ଅଞ୍ଚଳରେ ତିନିଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ତିନି ଜଣ ଆତଙ୍କବାଦୀ ଜାନୁଆରି ୨୬ ତାରିଖରେ ଏକ ବଡ଼ ଧରଣର ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ତିନି ଜଣ ଆତଙ୍କବାଦୀ ପସ୍ତୋ ଭାଷାରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳିଛି। ଏମାନେ ଅଫଗାନର ମୂଳ ବୋଲି କୁହାଯାଉଛି।
ପୂର୍ବରୁ ଗଣତନ୍ତ୍ର ଦିବସରେ ଡ୍ରୋନ୍ ଜରିଆରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହିତ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ତନତନ କରି ଯାଞ୍ଚ କରାଯାଉଛି। କୌଣସି ବ୍ୟକ୍ତିଙ୍କୁ ସ୍ୱଭାବ ନେଇ ସନ୍ଦେହ ହେଲା ମାତ୍ରେ ସଙ୍ଗେସଙ୍ଗେ ତାଙ୍କ ଦାସ୍ତାବିଜ ଯାଞ୍ଚ କରାଯାଉଛି।