୯୫ ଘଣ୍ଟା ହେଲାଣି ଫସିରହିଛି ଦୁଇ ବର୍ଷୀୟ ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ସଙ୍ଗରୁର: ବିତିଲାଣି ୯୫ ଘଣ୍ଟାରୁ ଅଧିକ ସମୟ | ତଥାପି ବୋରୱେଲରୁ ବାହାରିପାରିନି ଦୁଇ ବର୍ଷର ଶିଶୁ ଫତେହବୀର ସିଂ |ପଂଜାବର ସଙ୍ଗରୁର ଜିଲ୍ଲାର ଭଗବାନପୁରା ଗାଁରେ ଜୁନ ୬ ତାରିଖ ଦିନ ଏହି ପିଲାଟି ଖୋଲା ବୋରୱେଲରେ ପଡିଯାଇଥିଲା |ଏହି ବୋରୱେଲର ଲମ୍ବା ୧୫୦ ଫୁଟ ହୋଇଥିବାବେଳେ ଛୁଆଟିକୁ ବଞ୍ଚାଇବା ପାଇଁ ଏନଡିଆରଏଫ ସହ ସ୍ଥାନୀୟ ପୋଲିସ ଲାଗିପଡିଛନ୍ତି |

ବଡ କଥା ଆଜି ହେଉଛି ପିଲାଟିର ଜନ୍ମଦିନ ହୋଇଥିବାବେଳେ ନୂଆ ଜୀବନ ମିଳିବାର ଆଶାରେ ଏବେ ପୁରା ପରିବାର | ଫତେହକୁ ବଞ୍ଚାଇବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଏହି ବୋରୱେଲ ପାଖରେ ଆଉ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା | ରବିବାର କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ଅଟକି ଯାଇଥିଲା | କିନ୍ତୁ ପୁଣି ଆଜି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଲାଗିପଡିଛନ୍ତି |

ଏନଡିଆରଏଫ ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ବାଧକ ସାଜୁଛି ଏହି ବୋରୱେଲର ଚଉଡା | ଏହି ବୋରୱେଲ ମାତ୍ର ୯ ଇଞ୍ଚ ଚଉଡା ହୋଇଥିବାରୁ ଶିଶୁଟିକୁ ଉଦ୍ଧାର କରିହେଉନି | ଗୋଟିଏ ପଟେ ଉଦ୍ଧାରକାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି କିଭଳି ପିଲାଟି ସୁରକ୍ଷିତ ବାହାରିପାରିବ ସେ ନେଇ ସ୍ଥାନୀୟ ଲୋକ ଓ ପରିବାର ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି |

ସମ୍ବନ୍ଧିତ ଖବର